୨୩୪ ରୁ ବଢିଲା ଇଣ୍ଡିଆ ମେଣ୍ଟର ସାଂସଦ ସଂଖ୍ୟା । ଜାଣନ୍ତୁ କିଏ ଦେଲା ଯୋଗ

16,427

କନକ ବ୍ୟୁରୋ : ଲୋକସଭା ଫଳାଫଳ ଆସିବା ପରେ ଇଣ୍ଡିଆ ମେଣ୍ଟରେ ରାଜନୀତି ସରଗରମ ରହିଛି । ୨୩୪ ଆସନ ଜିତିଥିବା ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଗଣମାଧ୍ୟମରେ ମନା କରିଥିବା ବେଳେ ଭିତରେ ଭିତରେ ସଂଖ୍ୟା ବଢାଇବାରେ ଲାଗିଛି । ଏହି କ୍ରମରେ ଆଜି ମହାରାଷ୍ଟ୍ର ସାଂଗଲରୁ ସ୍ୱାଧୀନ ଭାବେ ନିର୍ବାଚନ ଜିତିଥିବା ବିଶାଲ ପାଟିଲ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ଇଣ୍ଡିଆ ମେଣ୍ଟକୁ ସମର୍ଥନ ଜଣାଇଛନ୍ତି ।

ସେପଟେ ଦିଲ୍ଲୀରେ କମଲନାଥ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ଭେଟ ପରେ ବାହାରକୁ ଆସି କମଲନାଥ କହିଛନ୍ତି ସେ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଅନ୍ୟପଟେ ଆଜି ମୁମ୍ବାଇ ଠାରେ କଂଗ୍ରେସ ନେତାଙ୍କର ଏକ ବୈଠକ ବସିଛି । ଏଥିରେ ନବ ନିର୍ବାଚିତ ଦଳର ସମସ୍ତ ସାଂସଦ ଯୋଗ ଦେଇଛନ୍ତି । ଏହାସହ ଆସନ୍ତା କାଲି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଦଳର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି ।