ମହାରାଷ୍ଟ୍ରରେ ଲାଗିବ ନାହିଁ ଲକଡାଉନ । ଉଦ୍ଧବ ଠାକରେଙ୍କ ଘୋଷଣା ପରେ ରାଜ୍ୟବାସୀ ଆଶ୍ୱସ୍ତ । ସେପଟେ ହସ୍ପିଟାଲରେ ଦେଖା ଦେଲାଣି ଅକ୍ସିଜେନ ଅଭାବ 

282

କନକ ବ୍ୟୁରୋ: ମହାରାଷ୍ଟ୍ରରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବକ୍ତବ୍ୟ । କହିଲେ, ମହାରାଷ୍ଟ୍ରରେ କରୋନା ଆୟତ୍ତରୁ ବାହାରେ । ମହାରାଷ୍ଟ୍ର ହସ୍ପିଟାଲ ଗୁଡିକରେ ଅକ୍ସିଜେନର ଆବଶ୍ୟକତା ରହିଛି । ଅଧିକ ଅକ୍ସିଜେନ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି କଲେ ଉଦ୍ଧବ ଠାକରେ । ଟିକାକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ପଡିବ । ମହାରାଷ୍ଟ୍ରରେ ଭୟଙ୍କର ରୂପରେ ବଢିଛି କରୋନା ।

ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୧, ୭୫୧ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୨୫୮ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ ସଂକ୍ରମଣ ଅଧିକ ହେଉଥିବାରୁ ସରକାର ଆଗୁଆ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ।