ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ହଟିବ ଲକଡାଉନ୍ : ଆଜି ନାଗପୁର, ଲାତୁର, ଥାନେ ସମେତ ୧୮ଜିଲ୍ଲାରୁ ହଟିବ କରୋନା କଟକଣା

Advertisment
ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ହଟିବ ଲକଡାଉନ୍ : ଆଜି ନାଗପୁର, ଲାତୁର, ଥାନେ ସମେତ ୧୮ଜିଲ୍ଲାରୁ ହଟିବ କରୋନା କଟକଣା

କନକ ବ୍ୟୁରୋ : କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମୁଥିବା ବେଳେ ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଧୀରେ ଧୀରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ଅନଲକ କରାଯିବ । ଆଜି ଠାରୁ ରାଜ୍ୟର ୧୮ ଜିଲ୍ଲାରୁ କଟକଣା ପ୍ରତ୍ୟାହାର କରାଯିବ ବୋଲି ସୂଚନା ମିଳିଛି । ସେହି ଜିଲ୍ଲାଗୁଡିକ ହେଉଛି, ଔରଙ୍ଗବାଦ, ଭଣ୍ଡାରା, ବୁଲଧନା, ଚନ୍ଦ୍ରପୁର, ଧୁଲେ ଗଡଚିରୋଲି, ଗୋଣ୍ଡିଆ, ଜଲାଗାଁଓ, ଜଲାନା, ଲାତୁର, ନାଗପୁର, ନନ୍ଦିଡ, ନାସିକ, ଯୁବାତମଲ, ୱାସିମ, ୱାର୍ଦ୍ଧା, ପରବାନି ଓ ଥାନେ ।

ଏହି ୧୮ ଜିଲ୍ଲାରେ ସଂକ୍ରମଣ ଦର ୫ ପ୍ରତିଶତ ରହିଥିବାରୁ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଉଦ୍ଧବ ସରକାର । ମହାରାଷ୍ଟ୍ରରୁ କରୋନା କଟକଣା ହଟାଇବା ପାଇଁ ୫ସ୍ତରୀୟ ଯୋଜନା କରାଯାଇଛି । ରାଜ୍ୟରେ ସଂକ୍ରମଣ ହାର ଓ ଅକ୍ସିଜେନ ବେଡ ଉପଲବ୍ଧତାର ଆଧାରରେ କଟକଣା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ବହୁତ କମ ରହିବ ସେଠାରେ କୌଣସି କଟକଣା ଲାଗୁ କରାଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe