ମାଲଗାଡିରେ ଲାଗିଲା ନିଆଁ । ନିଆଁର ପ୍ରକୋପରେ ଜଳି ତରଳି ଗଲା ବିଦ୍ୟୁତ ତାର, ୧୨ ଟ୍ରେନକୁ ବାତିଲ କଲା ରେଳ ବିଭାଗ

ମାଲଗାଡିଟି ମାଲ ନେଇ ଯାଉଥିବା ସମୟରେ ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି

88

କନକ ବ୍ୟୁରୋ : ମାଲଗାଡିରେ ଲାଗିଲା ନିଆଁ । ମିଳିଥିବା ସୂଚନା ଅନୁସାରେ ମାଲଗାଡିଟି ମାଲ ନେଇ ଯାଉଥିବା ସମୟରେ ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଗୁରୁବାର ବିଲମ୍ବିତ ରାତିରେ ମହାରାଷ୍ଟ୍ରର ପାଲଗଡର ଦହନୁ ରୋଡ ଷ୍ଟେସନରେ ଏପରି ଘଟଣା ହୋଇଥିବା ସୂଚନା ମିଳିଛି । ଟ୍ରେନରେ ନିଆଁ ଲାଗି ଯିବାରୁ ରେଳବାଇ ପକ୍ଷରୁ ସେହି ରୋଡ ଦେଇ ଯିବାକୁ ଥିବା ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସଙ୍କ କହିବା ଅନୁସାରେ, ରାତିରେ ହଠାତ ଟ୍ରେନରେ ନିଆଁ ଲାଗିଥିବା ଆମେ ସୂଚନା ପାଇଥିଲୁ । ଏହାପରେ ନିଆଁକୁ ଆୟତ୍ତ କରିବା ପାଇଁ ଆମେ ଚେଷ୍ଟା ମଧ୍ୟ କରିଥିଲୁ । ଶେଷରେ ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିବା ସେ କହିଛନ୍ତି ।

 

ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଉପରେ ଯାଇଥିବା ବିଦ୍ୟୁତ ତାର ମଧ୍ୟ ତରଳି ଯାଇଥିଲା । ଏହି ଘଟଣାର ସୂଚନା ପୁଶ୍ଚିମ ରେଳବାଇର ବରିଷ୍ଠ ଅଧିକାରୀଙ୍କ ପାଖରେ ପହଚିଂବା ପରେ ସେ ସେହି ରାସ୍ତାରେ ଯିବାକୁ ଥିବା ଅନେତ ଦ୍ରୁତଗାମୀ ଟ୍ରେନକୁ ଅଟକାଇ ଥିଲେ । ଏହାପରେ ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଘଟଣାସ୍ଥଳରେ ପହଚିଂ କ୍ଷତି ହୋଇଥିବା ବିଦ୍ୟୁତ ତାରକୁ ସଜାଡିବାରେ କର୍ମଚାରୀ ନିୟୋଜିତ ହୋଇଛନ୍ତି । ତେବେ କେଉଁ କାରଣରୁ ଏପରି ଭାବରେ ଚଳନ୍ତା ଟ୍ରେନରେ ନିଆଁ ଲାଗିଲା ତାହାର ତଦନ୍ତ ହେବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।