କନକ ବ୍ୟୁରୋ: ମହାରାଷ୍ଟ୍ରରେ ଥାନେରେ ଗୁରୁବାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହେଇଥିବାବେଳେ, ୪୦ରୁ ଅଧିକ ଲୋକ ଏଥିରେ ଆହତ ହେଇଛନ୍ତି । ତେବେ ମିଳିଥିବା ସୂଚନା ମୁତାବକ, ଦ୍ୱିପହର ପ୍ରାୟ ୧.୪୦ଟା ବେଳକୁ ମହାରାଷ୍ଟ୍ର ଉଦ୍ୟୋଗିକ ବିକାଶ ନିଗମ ଏରିଆର ଫେଜ୍-୨ ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ହେଇଥିଲା । ଯେଉଁଥିରେ ୭ ଜଣ ଲୋକଙ୍କର ଦେହାନ୍ତ ଘଟିଥିଲା । ତେବେ ମହାରାଷ୍ଟ୍ର ସରକାର ଏହି ଅଘଟଣରେ ପ୍ରାଣ ହରେଇଥିବା ଲୋକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ଏହା ବେଶ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ବହୁତ ଲୋକଙ୍କୁ ବଞ୍ଚାଯାଇଛି । ତେବେ ଏହା ଏକ ଭୟଙ୍କର ବିସ୍ଫୋରଣ ଥିଲା । ଏଥିସହିତ ଏହି ଦୁର୍ଘଟଣାର ଦୋଷୀଙ୍କୁ ମଧ୍ୟ ଛଡାଯିବନି, ସାଧାରଣ ଲୋକଙ୍କ ଜୀବନ ସହ କୌଣସି ବି ବୁଝାମଣା କରାଯିବନି ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।
ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହାର ପ୍ରଭାବ ଏହାର ଆଖପାଖରେ ଥିବା କାରଖାନା ଉପରେ ପଡିଥିଲା । ଏହି କାରଖାନାରେ ଥିବା କ୍ଷତିକାରୀ ରାସାୟନିକ ପଦାର୍ଥକୁ ମଧ୍ୟ ଖୁବଶୀଘ୍ର ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/v4d3jsco_thane-fire-midc_625x300_23_May_24.webp)