କନକ ବ୍ୟୁରୋ : ମହାରାଷ୍ଟ୍ରରେ ବେକାବୁ ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ସର୍ବାଧକ ୩୦ ହଜାର ୫୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୂତାଣୁ ଆସିବା ଦିନଠାରୁ ମହାରାଷ୍ଟ୍ର୍ରରେ ଗୋଟିଏ ଦିନରେ ଏହା ହେଉଛି ସବୁଠାରୁ ଅଧିକ ରୋଗୀ ଚିହ୍ନଟଙ୍କ ସଂଖ୍ୟା । ରବିବାର ଦିନ ୩୦ ହଜାର ୫୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୯ ଜଣଙ୍କ ମୃତ୍ୟୁ ହୋଇଛି ।
ମହାରାଷ୍ଟ୍ରରେ ୯ ଲକ୍ଷ ୬୯ ହଜାର ୮୬୭ ଜଣ କ୍ୱାରେଂଟିନରେ ଥିବା ବେଳେ ୯ ହଜାର ୬୦୧ ଜଣ କରୋନା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ୮୯ ଦଶମିକ ୩୨ ପ୍ରତିଶତ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଉ ମହାରାଷ୍ଟ୍ରରେ ମୋଟ୍ ୨୪ ଲକ୍ଷ ୭୯ ହଜାର ୬୮୨ ଜଣ କରୋନା ପଜିଟିଭ୍ ହୋଇଛନ୍ତି । ମୁମ୍ବାଇ ଓ ନାଗପୁର ଭଳି ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟ ପାଇଁ ଅଧିକ ଚିନ୍ତା ବଢ଼ାଉଛି । ସେପଟେ, କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ କରୋନା ଭୂତାଣୁର ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/26-19.jpg)