ଦେଶରେ ନିଯୁକ୍ତି ଅବସ୍ଥା ଏମିତି...!  ସଚିବାଳୟ କ୍ୟାଣ୍ଟିନର ୱେଟର ପଦ ପାଇଁ ଚୟନ ହେଲେ ୧୨ ଜଣ ଗ୍ରାଜୁଏଟ

ଦେଶରେ ନିଯୁକ୍ତି ଅବସ୍ଥା ଏମିତି...!  ସଚିବାଳୟ କ୍ୟାଣ୍ଟିନର ୱେଟର ପଦ ପାଇଁ ଚୟନ ହେଲେ ୧୨ ଜଣ ଗ୍ରାଜୁଏଟ

ଦେଶରେ ନିଯୁକ୍ତିର ଅବସ୍ଥା କେମିତି ତାହା ଯୁବବର୍ଗଙ୍କୁ ବେଶ ଭଲ ଭାବେ ଜଣା । ସରକାରକୁ ଆସିବା ପୂର୍ବରୁ ବିଜେପି ଚାକିରିର ପ୍ରତିଶୃତି ଦେଇ ଭୋଟ ହାତେଇଥିଲା । କିନ୍ତୁ ସରକାରକୁ ଆସିବା ପରେ ସ୍ଥିତି ପୂର୍ବରୁ ଯାହା ଥିଲା ଏବେ ମଧ୍ୟ ସେଇଆ ରହିଛି । ଦେଶରେ ବେକାରୀଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଚପରାସୀ ଚାକିରି ପାଇଁ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କର ଭିଡ ଲାଗୁଛି । ଆଉ ଏଭଳି ସମୟରେ ମହାରାଷ୍ଟ୍ର ସଚିବାଳୟ କ୍ୟାଣ୍ଟିନର ୧୩ଟି ୱେଟର ପଦ ପାଇଁ ୭୦୦୦ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେଥିରୁ ୧୨ ଜଣ ଗ୍ରାଜୁଏଟଙ୍କୁ ଚୟନ କରାଯାଇଥିବା ବେଳେ ଜଣେ ଦ୍ୱାଦଶ ପାସ୍ କରିଥିବା ଛାତ୍ରଙ୍କୁ ଚୟନ କରାଯାଇଛି ।

 publive-imageସବୁଠୁ ବଡ କଥା ହେଲା, ଏହି ପଦରେ ଆବେଦନ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ଚତୁର୍ଥ ପାସ ଥିବା ବେଳେ ଗ୍ରାଜୁଏଟ ମାନଙ୍କୁ ଚୟନ କରି ହରଡଘଣାରେ ପଡିଛନ୍ତି ସରକାର । ଚୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି ।  ଏଥିପାଇଁ ବିରୋଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ।

publive-image

ଏନେଇ ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧୀ ଦଳ ନେତା ଧନଞ୍ଜୟ ମୁଣ୍ଡେ କହିଛନ୍ତି, ମନ୍ତ୍ରୀ ଓ ସଚିବ ଶିକ୍ଷିତ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ୱେଟର କାମ କରାଇବା ନିଶ୍ଚିତ ଭାବେ ଲଜ୍ଜାଜନକ ଘଟଣା । ମାତ୍ର ୧୩ଟି ପଦ ପାଇଁ ୭ ହଜାର ଛାତ୍ରଛାତ୍ରୀ ଆବେଦନ କରୁଛନ୍ତି । ଯାହା ସୂଚାଇଛି ଦେଶ ଓ ରାଜ୍ୟରେ ରୋଜଗାରର ସ୍ଥିତି କିଭଳି ଅଛି ।  ସେହିଭଳି ନିର୍ବାଚନ ପୂର୍ବରୁ ବାର୍ଷିକ ୨ କୋଟି ରୋଜଗାର ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏନସିପି ନେତା । କେବଳ ଏତିକି ନୁହେଁ ମୋଦି ସରକାର ସମୟରେ କୋଟି କୋଟି ଲୋକ ଚାକିରି ମଧ୍ୟ ହରାଇଛନ୍ତି । ଖାସକରି ବିମୁଦ୍ରାକରଣ ଓ ଜିଏସଟି ଭଳି ନିଷ୍ପତି ଯୋଗୁଁ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦ ହୋଇଯାଇଛି । ଯାହାଫଳରେ ଅନେକ ଲୋକ ଚାକିରି ହରାଇବା ସହ ବେକାରୀ ବୁଲୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe