ମହାରାଷ୍ଟ୍ରରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ପ୍ରଚାରିତ ଖବରକୁ ଅସ୍ୱୀକାର କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

Advertisment
କରୋନା ରିପୋର୍ଟରେ ସାଙ୍ଘାତିକ ତ୍ରୁଟି । ଦିନରେ ନେଗେଟିଭ ରାତିରେ ଆସିଲା ପଜିଟିଭ ରିପୋର୍ଟ

source : google

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏବେ ୯୦,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଏହା ଦେଶର ସବୁଠାରୁ ବଡ ହଟସ୍ପଟ୍ ପାଲଟିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି | ତେବେ ଏହାକୁ ମହାରାଷ୍ଟ୍ର ସରକାର ଦୃଢ ଭାବରେ ଅସ୍ୱୀକାର କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଁ ବିଶ୍ୱାସ କରୁ ନାହିଁ | ସଂକ୍ରମଣ ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ ବୋଲି ଲୋକେ ଅନୁମାନ କରୁଛନ୍ତି | କିନ୍ତୁ ଏହା ସତ ନୁହେଁ |

ଅନ୍ୟପକ୍ଷରେ ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ | ଗତକାଲି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ, ଜାତୀୟ ରାଜଧାନୀରେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତ କାହା ଦ୍ୱାରା ବା କେମିତି ସଂକ୍ରମିତ ହେଉଛନ୍ତି ତାହା ଜାଣି ହେଉ ନାହିଁ | ଯାହା ଗୋଷ୍ଠୀ ସଂକ୍ରମଣ ଆଡକୁ ସୂଚିତ କରୁଛି। ତେବେ କେନ୍ଦ୍ର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ଶ୍ରୀ ଜୈନ ଆଜି କହିଛନ୍ତି ଯେ, ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା କେବଳ କେନ୍ଦ୍ର ହିଁ ଘୋଷଣା କରି ପାରିବ | ଏହା ଏକ ବୈଷୟିକ ଶବ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe