ନୂଆ ସଂକ୍ରମଣ ମାମଲାରେ ବିଶ୍ୱର ତୃତୀୟ ସ୍ଥାନରେ ପହଂଚିଲା ମହାରାଷ୍ଟ୍ର । ପୁଣେ ରେ ଜରୁରୀ ସେବାକୁ ଛାଡି ଅନ୍ୟ ସବୁ ସେବା ଉପରେ କଟକଣା

100

କନକ ବ୍ୟୁରୋ : ନୂଆ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ବିଶ୍ୱର ତୃତୀୟ ସ୍ଥାନରେ ପହଂଚିଛି । ଏହି ମାମଲାରେ ବ୍ରାଜିଲ୍ ପ୍ରଥମ ସ୍ଥାନରେ ଥିବା ବେଳେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୫୫,୪୬୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ  ୨୪ ଘଂଟା ମଧ୍ୟରେ ୩୪,୨୫୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧.୧୩ ଲକ୍ଷକୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ ମାମଲାରେ ମହାରାଷ୍ଟ୍ର ବିଶ୍ୱର ୧୦ ନମ୍ବର ସ୍ଥାନରେ ରହିଛି ।

ଏସବୁକୁ ଦୃଷ୍ଟିରେ ରଖି ପୁଣେ ଓ ପିମ୍ପରୀ ଚିଂଚୱାଡରେ ଏପ୍ରିଲ ୧୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଜରୁରୀ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ ସେବା ଉପରେ କଡା କଟକଣା ଜାରି କରାଯାଇଛି । ଏହି ଦୁଇଟି ସହରରେ ୧୪୪ ଧାରା ଲାଗୁ କରାଯାଇଛି । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ ରୁ ସଂନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ୫ ରୁ ଅଧିକ ଲୋକ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଅନ୍ୟପଟେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟ ବନ୍ଦ ରହିବ । ଏହାସହ ବିଏମସିର ଗାଇଡଲାଇନ୍ ମୁତାବକ ଗୋଟିଏ ହାଉସିଂ ସୋସାଇଟରୁ ଯଦି ୫ ଜଣରୁ ଅଧିକ ସଂକ୍ରମିତ ଚିହ୍ନଟ ହୁଅନ୍ତି ତାହେଲେ ପୁରା ସୋସାଇଟକୁ ସିଲ୍ କରିଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।