ଗୋଟିଏ ସପ୍ତାହ ମଧ୍ୟରେ ଗଠନ ହୋଇପାରେ ସରକାର ! ଇସାରା ଦେଲା ଶିବସେନା

321

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗୋଟିଏ ସପ୍ତାହ ମଧ୍ୟରେ ଗଠନ ହୋଇପାରେ ସରକାର । ଏନେଇ ଇସାରା କରିଛି ଶିବସେନା । ବୁଧବାର ରାଜନୈତିକ ଛକାପଂଝା ଭିତରେ ଏନସିପି ନେତା ଶରଦ ପାୱାରଙ୍କ ବାସଭବନରେ କଂଗ୍ରେସ ଓ ଏନସିପି ମଧ୍ୟରେ ଦୀର୍ଘ ସମୟ ଧରି ବୈଠକ ଚାଲଥିଲା । ଏହି ବୈଠକ ଶେଷ ହୋଇଛି । ଏହା ପରେ ଆଜି ମୁମ୍ୱାଇରେ ଏନସିପି ଓ କଂଗ୍ରେସ ନେତାମାନେ ଏନସିପି ନେତାଙ୍କ ସହିତ ବୈଠକ କରିବେ ।

ଏହି ବୈଠକ ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବା ନେଇ ସଂଭାବନା ଦେଖାଦେଇଛି । ସେପଟେ ଶିବସେନା ମଧ୍ୟ ଏହି ବୈଠକକୁ ନେଇ ବେଶ ଆଶା ରଖିଥିବା ଚର୍ଚ୍ଚା ହେଉଛି । ଚର୍ଚା ହେଉଛି ଶିବସେନା ଓ ଏନସିପି ମଧ୍ୟରେ ଅଢେଇ ବର୍ଷିଆ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସକୁ ଉପମୁଖ୍ୟମନ୍ତ୍ରୀ ପଦ ଦେଇ ଶିବସେନା ଏହି ମେଂଟ ସରକାରର ବାଟ ଫିଟାଇବାକୁ ଯୋଜନା ରଖିଛି ।