କନକ ବ୍ୟୁରୋ :ମହାରାଷ୍ଟ୍ରରେ ସରକାର ଗଠନ ନେଇ ବଢିଲା ଶିବସେନାର ଟେନସନ୍ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏନସିପି ନେତା ଶରଦ ପାୱାର ଭେଟିବା ପରେ କିଛି ଚିତ୍ର ସ୍ପଷ୍ଟ ହୋଇନି । ବର୍ତମାନର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୋନିଆ ଗାନ୍ଧୀଙ୍କ ସହ ଚର୍ଚ୍ଚା କରିଥିବା ଶରଦ ପାୱାର ସୂଚନା ଦେଇଥିବା ବେଳେ ସରକାର ଗଠନ ନେଇ କୌଣସି ଚର୍ଚା ହୋଇନଥିବା ଇସାରା କରିଛନ୍ତି ।
କୌଣସି ଦଳ ସହ ସରକାର ଗଠନ ନେଇ ଆଲୋଚନା ହୋଇନାହିଁ ବୋଲି ସ୍ପଷ୍ଟ କରିଛି ଏନ୍ସିପି । ସେପଟେ ଏନସିପି ପରିସ୍ଥିତି ଉପରେ ନଜର ରଖିଛି ବୋଲି କହିଚନ୍ତି ଶରଦ ପାୱାର । ଏବଂ କଂଗ୍ରେସ ଓ ଏନସିପି ନେତାଙ୍କ ସହ ଆଲୋଚନା ସହ ଉଭୟ ଦଳର ନେତା ସ୍ଥିତିର ସମୀକ୍ଷା କରିବେ ଏବଂ ତାଙ୍କର ରାୟ ନିଆଯିବ ବୋଲି କହିଛନ୍ତି ଏନସିପି ମୁଖ୍ୟ । ଶରଦ ପାୱାରଙ୍କ ଏଭଳି ଇସାରା ପରେ ଶିବସେନାର ସରକାର ଗଠନ ନେଇ ଚିନ୍ତା ବଢିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/MAHARASTRA-2-1.jpg)