କନକ ବ୍ୟୁରୋ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଭିନ୍ନ ରାଜ୍ୟ ବୁଲି ରାଜନୈତିକ ଦଳ, ସାଂସଦ ଏବଂ ବିଧାୟକମାନଙ୍କ ସମର୍ଥନ ଲୋଡୁଥିବା ବେଳେ ଗୁରୁବାର ମହାରାଷ୍ଟ୍ର ଗସ୍ତରେ ଯାଇଛନ୍ତି । ମହାରାଷ୍ଟ୍ରର ପ୍ରାୟ ୨୫୦ରୁ ଅଧିକ ସାଂସଦ ଏବଂ ବିଧାୟକଙ୍କୁ ଭେଟି ଦ୍ରୌପଦୀ ସମର୍ଥନ ମାଗିଛନ୍ତି । ଦ୍ରୌପଦୀଙ୍କ ଗସ୍ତ ପାଇଁ ଏନଡିଏ ଏବଂ ବିଜେପି ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା । ଯେଉଁ ବୈଠକକୁ ଦ୍ରୌପଦୀଙ୍କ ସମର୍ଥନ ଘୋଷଣା କରିଥିବା ସବୁ ଦଳର ବିଧାୟକ ଏବଂ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଯୋଗଦେଇଥିଲେ । ହେଲେ ବିରୋଧୀ ସତ୍ୱେ ବି ଦ୍ରୌପଦୀଙ୍କୁ ସମର୍ଥନ ନେଇ ପୂର୍ବରୁ ଘୋଷଣା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସେଠାକୁ ଡକାଯାଇନଥିଲା । ଯାହାକୁ ନେଇ ଏବେ ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଛି ।
ମହାରାଷ୍ଟ୍ରରେ ଶିବସେନାର ବିଦ୍ରୌହୀ ବିଧାୟକଙ୍କୁ ଧରି ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇଥିବା ବିଜେପିର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଘୋଷଣା କରିଥିଲେ ଉଦ୍ଧବ ଠାକରେ । ହେଲେ ତାଙ୍କୁ ବୈଠକ ଡକାନଯିବା ପରେ ଉଦ୍ଧବଙ୍କ ସମର୍ଥନ ଉପରେ ପ୍ରଶ୍ନ ଉଠିଛି ।
ଉଦ୍ଧବ ଠାକରେଙ୍କ ବୈଠକକୁ ଡକାନଯିବା ପରେ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି ଉଦ୍ଧବ ଠାକରେ ଚାପରେ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରିଛନ୍ତି । ଇଡି ଭଳି ସରକାରୀ ତଦନ୍ତକାରୀ ଏଜେନ୍ସିକୁ ବିନିଯୋଗ କରି ନିର୍ବାଚିତ ସରକାରକୁ ବିଜେପି ଭାଙ୍ଗିଥିବା କହିଛନ୍ତି ସିହ୍ନା । ଏପଟେ ବୈଠକକୁ ଡକାନଯିବା ନେଇ ସଞ୍ଜୟ ରାଉତ କହିଛନ୍ତି, ସେ ଏନଡିଏର ପ୍ରାର୍ଥୀ । କେବଳ ଆଦିବାସୀ ବୋଲି ଶବସେନା ସମର୍ଥନ ଦେଇଥିଲା । ହେଲେ ମୁର୍ମଙ୍କ ଗସ୍ତ ପୂର୍ବରୁ ମଙ୍ଗଳବାର ଦ୍ରୌପଦୀ ଉଦ୍ଧବ ଠାକରେଙ୍କ ଘର ମତୋଶ୍ରୀ ଆସିବେ ବୋଲି ଶିବସେନାର ଜଣେ ନେତା କହିଥିଲେ । ଶିବସେନାର ୧୯ରୁ ସାଂସଦରୁ ୧୨ ଜଣ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କୁ ନିବେଦନ କରିବା ପରେ ସେ ସମର୍ଥନ ଘୋଷଣା କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଉଛି । ବାସ୍ତବରେ ସେ ସାଂସଦମାନଙ୍କ ଚାପରେ ପଡି ଏଭଳି ନିଷ୍ପତି ନେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/21-9.jpg)