ମହାରାଷ୍ଟ୍ରରେ ତୁଟିପାରେ ସରକାର ଗଠନ ନେଇ ଅଚଳାବସ୍ଥା । ଆଜି ରାଜ୍ୟପାଳଙ୍କୁ ଭେଟିବେ ବିଜେପି ନେତା, ବିଜେପି ନେତାଙ୍କ ବୟାନ ଦୂର ହୋଇଛି ବିଜେପି-ଶିବସେନାର ମତଭେଦ

513

କନକ ବ୍ୟୁରୋ : ମହାରାଷ୍ଟ୍ରରେ ନିର୍ବାଚନ ଫଳାଫଳ ଆସିବାର ୧୫ ଦିନ ପରେ ବି ସରକାର ଗଠନ ଚିତ୍ର ସ୍ପଷ୍ଟ ହୋଇନାହିଁ । ତେବେ ଆଜି ବିଜେପି ନେତା ରାଜ୍ୟପାଳ ଭଗତ ସିଂ କେଶ୍ୟାରୀଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଯାହା ମହାରାଷ୍ଟ୍ରରେ ସରକାର ଗଠନ ନେଇ ଦେଖା ଦେଇଥିବା ଅଚଳାବସ୍ଥା ଦୂର ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଶିବସେନା କହିଛି ଯଦି ବିଜେପି ନେତା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ରାଜ୍ୟର ବଡ ଦଳ ଭାବେ ସେମାନେ ସରକାର ଗଠନ କରିବା ଉଚିତ୍ ।

ଏହାରି ଭିତରେ ଏନସିପି ନେତା ଶରଦ ପାୱାର ସ୍ପଷ୍ଟ କରିଛନ୍ତି, ଏନସିପି ବିରୋଧୀ ଦଳ ଆସନରେ ବସିବାକୁ ପସନ୍ଦ କରିବ । ସେପଟେ ବିଜେପି ନେତା ସୁଧିର ମୁଙ୍ଗଟିୱାର କହିଛନ୍ତି, ବିଜେପି ଓ ଶିବସେନା ମଧ୍ୟରେ ହୋଇଥିବା ମତଭେଦକୁ ଦୁର କରାଯାଇଛି । ଖୁବ ଶୀଘ୍ର ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେବାକୁ ଯାଉଛନ୍ତି ।