ମହାରାଷ୍ଟ୍ର ମହାଡ୍ରାମା ଗୁଜରାଟରୁ ନିର୍ଦ୍ଦେଶନା ! ଡ୍ରାମାର ନିର୍ଦ୍ଦେଶକ ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ

115

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ଏକାନାଥ ସିନ୍ଦେଙ୍କ ସମର୍ଥନରେ ଆଉ ତିନି ବିଧାୟକ ଗୁଆହାଟୀରେ ପହଂଚିଛନ୍ତି । ଫଳରେ ସିନ୍ଦେଙ୍କ ସମର୍ଥନରେ ବିଧାୟକଙ୍କ ସଖ୍ୟା ୩୭ରେ ପହଂଚିଛି । ୪୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଛନ୍ତି ଏକନାଥ ସିନ୍ଦେ । ଶିବସେନାର ବିଦ୍ରୋହୀ ନେତା ଓ ୪ ସ୍ୱାଧୀନ ବିଧାୟକଙ୍କ ସମେତ ୩୪ ବିଧାୟକ ରାଜ୍ୟପାଳଙ୍କୁ ଚିଠି ଲେଖି ଏକନାଥଙ୍କୁ ସମର୍ଥନ କରୁଥିବା ଜଣାଇଛନ୍ତି । ଏଥିରେ ଶିବସେନା ନେତାମାନେ ଲେଖିଛନ୍ତି ଯେ, ଶିବସେନା ବିଚାରଧାରାରେ ଗତ ଦୁଇ ବର୍ଷ ହେବ ସାଲିସ କରାଯାଇଛି । ସରକାରରେ ହେଉଥିବା ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ଏନ୍ସିପି ନେତା ଶରଦ ପାୱାର । ଏନ୍ସିପି ବିଧାୟକଙ୍କ ବୈଠକ ଡାକିଛନ୍ତି ଶରଦ ପାୱାର । ସେହିପରି ଆଜି ଉଦ୍ଧବ ଠାକରେଙ୍କ ସମର୍ଥନରେ ଥିବା ଶିବସେନା ବିଧାୟକଙ୍କ ମଧ୍ୟ ବୈଠକ ବସିବ । ଏହାରି ଭତିରେ ଭାବପ୍ରବଣତାର କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଘର ଛାଡ଼ି ପୈତୃକ ବାସଭବନ ମାତୋଶ୍ରୀଙ୍କୁ ଚାଲି ଯାଇଛନ୍ତି । ଉଦ୍ଧବ କହିଛନ୍ତି, ଯଦି ଜଣେ ବି ଅସନ୍ତୁଷ୍ଟ ବିଧାୟକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିବେ, ତା’ହେଲେ ସେ ପଦ ଛାଡିଦେବେ । ସେ ଇସ୍ତଫାପତ୍ର ପ୍ରସ୍ତୁତ କରି ରଖିଛନ୍ତି ।

ଯେକୌଣସି ଶିବ ସୈନିକ ମୁଖ୍ୟମନ୍ତ୍ରୀ ହୋଇପାରିବେ । ମୁଖ୍ୟମନ୍ତ୍ରୀ ପଦ ତାଙ୍କ ପାଖକୁ ହଠାତ୍ ଆସିଥିଲା । ଏଥିପାଇଁ ସେ କେବେ ହେଲେ ଆଶା ରଖି ନଥିଲେ । ଏହା ଆଦୌ ସଂଖ୍ୟାର ଖେଳ ନୁହେଁ ବୋଲି ସେ କହିଛନ୍ତି । ହିନ୍ଦୁତ୍ୱକୁ ନେଇ ଉଦ୍ଧବ କହିଛନ୍ତି, ଶିବସେନା କେବେ ହେଲେ ହିନ୍ଦୁତ୍ୱରୁ ନିଜକୁ ଅଲଗା କରିନି । ହିନ୍ଦୁତ୍ୱ ପାଇଁ କିଏ କ’ଣ କରିଛି, ସେକଥା ଏବେ କହିବାର ସମୟ ନୁହେଁ । ସେ ସବୁବେଳେ ବାଲାସାହେବଙ୍କ ହିନ୍ଦୁତ୍ୱକୁ ଆଗକୁ ନେବାକୁ କାମ କରି ଆସିଛନ୍ତି ।

ମହାରାଷ୍ଟ୍ର ମହାଡ୍ରାମା, ଗୁଜରାଟରୁ ନିର୍ଦ୍ଦେଶନା !

– ମହାରାଷ୍ଟ୍ର ମହାଡ୍ରାମା ପାଇଁ ଗୁଜରାଟ୍ରୁ ସ୍କ୍ରିପ୍ଟ ଲେଖା ଯାଇଛି
– ଡ୍ରାମାର ନିର୍ଦ୍ଦେଶକ ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ
– ସୁରଟ୍ରେ ଶିବସେନା ବିଧାୟକଙ୍କୁ ସେ ହିଁ ଶରଣ ଦେଇଥିବା ଚର୍ଚ୍ଚା
– ଅଢେଇବର୍ଷ ତଳେ ବିଜେପି ଅପରେସନ ଲୋଟସ ବିଫଳ ହୋଇଥିଲା
– ତେଣୁ ଏଥର ଦାୟିତ୍ୱ ନେଇଛନ୍ତି ଗୁଜରାଟ ବିଜପେି ମୁଖ୍ୟ ସିଆର ପାଟିଲ
– ଯାହାଙ୍କୁ ବିରୋଧୀ ବି ଗୁଜରାଟର ସୁପର ସିଏମ ବୋଲି କୁହନ୍ତି
– ଗୁଜରାଟରେ ସିଆର ପାଟିଲଙ୍କୁ ମୋଦୀଙ୍କ ଆଖି, କାନ ବୋଲି କୁହାଯାଏ
– ତାଙ୍କୁ ଯେଉଁ କାମ ଦିଆଯାଏ ତାକୁ ନିଶ୍ଚୟ ପୁରଣ କରନ୍ତି

ଶିବସେନା- ୧୫
ଶିବସେନାର ବିଦ୍ରୋହୀ ବିଧାୟକ- ୪୦
ଏନସିପି- ୫୩
ଶିବସେନା ପାଖରେ ରହିଲେ- ୧୫
କଂଗ୍ରେସ- ୪୪
ବିଦ୍ରୋହୀ- ୩୫
ସଂଖ୍ୟାଲଘୁ ହୋଇପାରେ ସରକାର
ବିଧାନସଭାର ମୋଟ୍ ଆସନ- ୨୮୭
ମ୍ୟାଜିକ ନମ୍ବର- ୧୪୪

ବିଜେପି- ୧୦୬
ଅନ୍ୟାନ୍ୟ- ୦୭
ବିଜେପିକୁ ସମର୍ଥନ କରିପାରନ୍ତି- ୪୭
ବିଜେପି ପାଖରେ ହେବ- ୧୬୦
ବିଧାନସଭାର ମୋଟ୍ ଆସନ- ୨୮୭
ମ୍ୟାଜିକ ନମ୍ବର- ୧୪୪

ଶିବସେନାରେ ନୂଆ ନୁହେଁ ବିଦ୍ରୋହ

– ୧୯୯୦ରେ ୧୮ ଜଣ ବିଧାୟକଙ୍କୁ ନେଇ ଦଳରୁ ବାହାରି ଆସିଥିଲେ ଛଗନ ଭୂଜବଳ
– ୨୦୦୫ରେ ନାରାୟଣ ରାଣେ ୪୦ ବିଧାୟକଙ୍କ ସହ ଶିବସେନାରେ ବିଦ୍ରୋହ କରିଥିଲେ
– ୨୦୨୨ରେ ତୃତୀୟ ପୁରୁଣା ଶିବସେନା ନେତା ଏକନାଥ ସିନ୍ଦେ ହୋଇପଡିଛନ୍ତି ବିଦ୍ରୋହୀ