କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ସଂକଟର ଅନ୍ତ ଘଟିଥିଲେ ବି କାହା ପାଖରେ ଶିବସେନାର ଦଳୀୟ ଚିହ୍ନ ରହିବ ତାହାକୁ ନେଇ ବିବାଦ ମେଣ୍ଟିବାର ନାଁ ନେଉନି । ଏହାରି ମଧ୍ୟରେ ଉଭୟ ଉଦ୍ଧବ ଠାକରେ ଗ୍ରୁପ ଓ ସିନ୍ଦେ ଗ୍ରୁପ ଶିବସେନାର ଦଳୀୟ ଚିହ୍ନ ହାତେଇବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଯେଉଁ ଶୁଣାଣି କରିଛନ୍ତି ସେଥିରେ ଉଦ୍ଧବ ଠାକରେଙ୍କୁ ସାମାନ୍ୟ ଆସ୍ୱସ୍ଥି ମିଳିଛି ।

Advertisment

ଏହି ମାମଲାରେ ସୁପିମକୋର୍ଟ ନିର୍ବାଚନ କମିଶନଙ୍କୁ ତୁରନ୍ତ ନିଷ୍ପତ୍ତି ନ ନେବାକୁ କହିଛନ୍ତି । ଏହି ମାମଲାରେ ଉଭୟ ପକ୍ଷ ଅଗଷ୍ଟ ୮ ତାରିଖରେ ନିର୍ବାଚନ କମିଶନଙ୍କ ପାଖରେ ଜବାବ ଦାଖଲ କରିବାର ଅଛି । ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି କି ଯଦି କୌଣସି ପକ୍ଷ ଜବାବ ଦାଖଲ କରିବା ପାଇଁ ସମୟ ମାଗନ୍ତି ତେବେ ସେମାନଙ୍କୁ ସମୟ ଦେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖରେ ହେବ । ଏହି ମାମଲାର ସାମ୍ବିଧାନିକ ପୀଠକୁ ପଠାଯିବ କି, ନାହିଁ ତା ଉପରେ ଆଗାମୀ ଶୁଣାଣି ହେବ ।

କହି ରଖୁ କି ଏହି ମାମଲାରେ ଉଦ୍ଧବ ଠାକରେଙ୍କ ତରଫରୁ ଓକିଲ ଭାବେ କପିଲ ଶିବଲ ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଥିଲେ  । ସେ କହିଥିଲେ କି ନିର୍ବାଚନ ଆୟୋଗ ନିର୍ଦ୍ଧାରିତ କରିପାରିବେ ନାହିଁ କି କିଏ ଅସଲି ଶିବସେନା । ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ନେଇ ହୋଇଥିବା ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ନିଷ୍ପତ୍ତି ନ ନିଅନ୍ତୁ କି ଅସଲି ଶିବସେନା କିଏ ।