କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ଗସ୍ତରେ ଯାଇ ଅନେକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି ମାଗଣା ଯୋଜନାକୁ ବିରୋଧ କରିଛନ୍ତି । ରାଜ୍ୟରେ ୭୫ ହଜାର କୋଟିର ବିକାଶ କାର୍ଯ୍ୟର ରବିବାର ଶୁଭାରମ୍ଭ ହୋଇଛି । ମୋଦୀ ଏହି ଅବସରରେ କହିଛନ୍ତି, ଆଜି ରାଜ୍ୟର ବିକାଶରେ ୧୧ ତାରା ଥିବା ମହାନ ନକ୍ଷତ୍ରର ଉଦୟ ହୋଇଛି । ୭୫ ବର୍ଷର ଅମୃତ ମହୋତ୍ସବରେ ୭୫ ହଜାର କୋଟିର ବିକାଶ କାର୍ଯ୍ୟ ପାଇଁ ମହାରାଷ୍ଟ୍ର ତଥା ରାଜ୍ୟର ଜନତାଙ୍କୁ ଶୁଭେଚ୍ଛା ।
11 key development works launched on 11th December, worth over Rs. 75,000 crore at a time when India is celebrating 75 years of independence.
Congratulations Maharashtra. pic.twitter.com/CBeSrVBLvj
— Narendra Modi (@narendramodi) December 11, 2022
ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ କହିଥିଲେ ଯେ, ଆଜିର ଏହି ଆୟୋଜନ ଏହି କଥା ପ୍ରମାଣ କରିଛି ଡବଲ ଇଞ୍ଜିନର ସରକାର ମହାରାଷ୍ଟ୍ରରେ ଦ୍ରୁତ ଗତିରେ କାମ କରୁଛି । ସମୃଦ୍ଧି ମହାମାର୍ଗ ମୁମ୍ବାଇ ଏବଂ ନାଗପୁର ମଧ୍ୟରେ ଦୂରତା କମାଇବାରେ ଲାଗିଛି । ଏହା ସହ ରାଜ୍ୟରେ ବିଭିନ୍ନ ଜିଲ୍ଲାକୁ ମଧ୍ୟ ଆଧୁନିକ ସୁବିଧା ସୁଯୋଗରେ ଯୋଡାଯାଇଛି । ସାରା ଦେଶର ବିକାଶ ପାଇଁ ରାଜ୍ୟର ବିକାଶ ମହତ୍ତ୍ୱପୂର୍ଣ୍ଣ ବୋଲି ମୋଦୀ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/modi.jpg)