ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ସସପେନ୍ସ ଶେଷ, ଅଜିତ ପାୱାରଙ୍କ ଇଚ୍ଛା ପୂରଣ! ଏନସିପିକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ 

Advertisment
ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ସସପେନ୍ସ ଶେଷ, ଅଜିତ ପାୱାରଙ୍କ ଇଚ୍ଛା ପୂରଣ! ଏନସିପିକୁ ମିଳୁଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ 

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଅ୍ନେକ ସମୟର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନବନିଯୁକ୍ତ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗର ବଣ୍ଟନ ଉପରେ ମୋହର ଲଗାଇଛନ୍ତି । ଏନସିପି କୋଟାରେ ସାତଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପଡିଛି । ଏଥିରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । ଅନେକ ଦିନ ଧରି ଏହି ବିଭାଗକୁ ନେଇ ଅନେକ ଟଣାଓଟରା ଜାରିରହିଥିଲା । ସେହିଭଳି ଯୋଜନା, ଖାଦ୍ୟ ଏବଂ ଯୋଗାଣ, ମହିଳା ଏବଂ ଶିଶୁ କଲ୍ୟାଣ, କୃଷି, ବିପର୍ଯ୍ୟୟ ପ୍ରଶମନ ଭଳି ବିଭାଗ ବି ଏନସିପି ପାଖରେ ରହିବ ।

ତେବେ ବିଭାଗର ବିତରଣ ନେଇ ଔପଚାରିକ ଘୋଷଣା ବାକିରହିଛି । ଏହି ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ଏହାକୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇଦିଆଯିବ । ଅଜିତ ପାୱାର ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିବା ତାଲିକା ନେଇ ସୂଚନା ଦେଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଅର୍ଥ ଏବଂ ସହକାରିତା ବିଭାଗକୁ ନେଇ ସିନ୍ଦେ ଏବଂ ଏନସିପି ମଧ୍ୟରେ ଟଣାଓଟରା ଚାଲିଥିଲା । ଏହାକୁ ନେଇ ବିଭାଗ ବଣ୍ଟନ ହୋଇପାରୁନଥିଲା । ଏହି ଦୁଇ ବିଭାଗ ଅଜିତ ନିଜ ପାଖରେ ରଖିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe