କନକ ବ୍ୟୁରୋ: ମହାରାଷ୍ଟ୍ରରେ ଅ୍ନେକ ସମୟର ଅପେକ୍ଷା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନବନିଯୁକ୍ତ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗର ବଣ୍ଟନ ଉପରେ ମୋହର ଲଗାଇଛନ୍ତି । ଏନସିପି କୋଟାରେ ସାତଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପଡିଛି । ଏଥିରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ସାମିଲ ରହିଛି । ଅନେକ ଦିନ ଧରି ଏହି ବିଭାଗକୁ ନେଇ ଅନେକ ଟଣାଓଟରା ଜାରିରହିଥିଲା । ସେହିଭଳି ଯୋଜନା, ଖାଦ୍ୟ ଏବଂ ଯୋଗାଣ, ମହିଳା ଏବଂ ଶିଶୁ କଲ୍ୟାଣ, କୃଷି, ବିପର୍ଯ୍ୟୟ ପ୍ରଶମନ ଭଳି ବିଭାଗ ବି ଏନସିପି ପାଖରେ ରହିବ ।

Advertisment

ତେବେ ବିଭାଗର ବିତରଣ ନେଇ ଔପଚାରିକ ଘୋଷଣା ବାକିରହିଛି । ଏହି ବାବଦରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ରାଜଭବନରେ ପହଞ୍ଚିଛନ୍ତି । ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ଏହାକୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ପଠାଇଦିଆଯିବ । ଅଜିତ ପାୱାର ରାଜ୍ୟପାଳଙ୍କ ପାଖକୁ ପଠାଯାଇଥିବା ତାଲିକା ନେଇ ସୂଚନା ଦେଇଛନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ଅର୍ଥ ଏବଂ ସହକାରିତା ବିଭାଗକୁ ନେଇ ସିନ୍ଦେ ଏବଂ ଏନସିପି ମଧ୍ୟରେ ଟଣାଓଟରା ଚାଲିଥିଲା । ଏହାକୁ ନେଇ ବିଭାଗ ବଣ୍ଟନ ହୋଇପାରୁନଥିଲା । ଏହି ଦୁଇ ବିଭାଗ ଅଜିତ ନିଜ ପାଖରେ ରଖିବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ।