କନକ ବ୍ୟୁରୋ : ମହାରାଷ୍ଟ୍ରରେ ହୋଇଥିବା ଏମ୍‌ଏଲସି ନିର୍ବାଚନ ପରେ ରାଜ୍ୟରେ ରାଜନୈତିକ ଗତିବିଧି ବଢିଯାଇଛି । ରାଜ୍ୟର ମହାବିକାଶ ଅଘାଡି ସରକାରକୁ ଏଥିରେ ଝଟକା ଲାଗିଛି ଓ ଉଦ୍ଧବ ସରକାରଙ୍କ ଉପରେ ବିପଦ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳୁଛି । ପ୍ରଥମ ନିର୍ବାଚନରେ ଏମ୍‌ଭିଏ କେବଳ ୫ ପ୍ରାର୍ଥୀ ଜିତିକି ଆସିଥିଲା । ଏବେ ଶିବସେନାର ବରିଷ୍ଠ ନେତା ଓ ମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହୀ ହୋଇଛନ୍ତି ।

Advertisment

ଏମ୍ଏଲସି ନିର୍ବାଚନ, କେମିତି ଭାଙ୍ଗିଲା ଶିବସେନା ?୧୦ଟି ଏମ୍ଏଲସି ସିଟ୍ ପାଇଁ ମଇଦାନରେ ୧୧ ପ୍ରାର୍ଥୀ ଥିଲେ । ଏମଭିଏର ୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ । ନିର୍ବାଚନରେ ୫ ଜଣଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ସମସ୍ତ ୬ ପ୍ରାର୍ଥୀ ଜିତିବା ପାଇଁ ଏମଭିଏ ପାଖରେ ସଂଖ୍ୟା ରହିଥିଲା ।  ସଂଖ୍ୟା ଥିଲେ ବି ଗୋଟିଏ ଆସନ ହାରିଗଲା ଏମଭିଏ । ୪ଟି ଆସନରେ ବିଜେପିର ପ୍ରାର୍ଥୀ ଜିତିବାର ଥିଲା । ହେଲେ ୫ ଜଣ ବିଜେପି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହେଲେ ।  ଏଥିରୁ ସ୍ପଷ୍ଟ ଯେ, ନିର୍ବାଚନରେ ହୋଇଥିଲା କ୍ରସ ଭୋଟିଂ ।

ରାଜ୍ୟସଭା ନିର୍ବାଚନରେ ବି ବିଦ୍ରୋହ !

- ମହାରାଷ୍ଟ୍ରର ୬ଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ଭୋଟ୍
- ଏମ୍ଭିଏର ୩ ଓ ବିଜେପିର ୩ ପ୍ରାର୍ଥୀ ବିଜୟୀ ହୋଇଥିଲେ
- ମହାରାଷ୍ଟ୍ର ବିଧାନସଭାରେ ବିଜେପିର ଅଛନ୍ତି ୧୦୬ ବିଧାୟକ
- ସ୍ୱାଧୀନ ବିଧାୟକ ମିଶିଲେ ମାଟ୍ ବିଧାୟକଙ୍କ ସଂଖ୍ୟା ୧୧୩
- ରାଜ୍ୟସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ୧୨୩ ଭୋଟ୍
- ଅର୍ଥାତ୍ ଶାସକ ଦଳର ୧୦ ବିଧାୟକଙ୍କ ସମର୍ଥନ ପାଇଥିଲା ବିଜେପି
- ଏମ୍ଏଲ୍ସି ନିର୍ବାଚନରେ ବିଜେପିକୁ ୧୩୪ ଭୋଟ୍ ମିଳିଥିଲା
- ଅର୍ଥାତ୍ ସମର୍ଥନ କରିଥିଲେ ଶାସକ ଦଳର ୨୧ ବିଧାୟକ