ଏନସିପି ନେତା ନୱାବ ମଲ୍ଲିକଙ୍କ ପାଇଁ ବଢିଲା ଅଡୁଆ, ପଚରା ଉଚରା ପରେ ଘରୁ ନେଇଗଲେ ଇଡି ଅଫିସର

Advertisment
ଏନସିପି ନେତା ନୱାବ ମଲ୍ଲିକଙ୍କ ପାଇଁ ବଢିଲା ଅଡୁଆ, ପଚରା ଉଚରା ପରେ ଘରୁ ନେଇଗଲେ ଇଡି ଅଫିସର

କନକ ବ୍ୟୁରୋ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପିର ବରିଷ୍ଠ ନେତା ନୱାବ ମଲ୍ଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘରୁ ଉଠାଇ ନେଇଛି । ସୂଚନା ମୁତାବକ ଆଜି (ବୁଧବାର) ସକାଳ ୬ ଟା ଇଡିର କିଛି କର୍ମଚାରୀ ନୱାବ ମଲ୍ଲିକଙ୍କ ବାସଭବନରେ ପହଂଚି ତାଙ୍କୁ ଜେରା କରିଥିଲେ । ଗୋଟିଏ ଘଂଟା ଜେରା କରିବା ପରେ ଇଡି ଅଫିସରମାନେ ନୱାବଙ୍କୁ ସାଂଗରେ ନେଇଯାଇଥିବା କଥା କୁହାଯାଇଛି । ଏହାପରେ ସକାଳ ୮.୩୦ ରୁ ଇଡି କାର୍ଯ୍ୟାଳୟରେ ନୱାବଙ୍କୁ ଜେରା କରାଯାଉଥିବା କଥା ଜଣାପଡିଛି ।

କହିରଖୁ କି ଅଣ୍ଡରୱାର୍ଲ୍ଡ ସହ କଥିତ ଏକ ସମ୍ପତ୍ତି ମାମଲାରେ ନୱାବ ମଲ୍ଲିକଙ୍କୁ ଇଡି ତରଫରୁ ନୋଟିସ କରାଯାଇଥିଲା । ଏହି ମାମଲାରେ ଏବେ ଇଡି ନୱାବଙ୍କୁ ପଚରା ଉଚରା କରୁଛି । ଏହି କ୍ରମରେ ଆଜି ଇଡି ନୱାବଙ୍କ ବୟାନ ରେକର୍ଡ କରୁଛି ।

ଅଣ୍ଡର ୱାର୍ଲ୍ଡ ସହ ସଂପର୍କ ଓ ସମ୍ପତ୍ତି କିଣାବିକା ମାମଲାରେ ଇଡି ଚଳିତମାସ ୧୫ ତାରିଖରେ ନୱାବ ମଲ୍ଲିକଙ୍କ ଘରେ ଚଢାଉ କରିଥିଲା । ଏହି କ୍ରମରେ ଇଡି ପକ୍ଷରୁ ୧୦ ଟି ସ୍ଥାନରେ ଚଢାଉ କରାଯାଇଥିଲା । ଏଥିରେ ୧୯୯୩ ମସିହା ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମର ଦିବଗଂତ ଭଉଣୀ ହସିନା ପର୍କର, ଭାଇ ଇକବାଲ କାସକର ଓ ଛୋଟା ସକିଲର ସଂପର୍କୀୟ ସଲିମ କ୍ୟୁରେଶୀଙ୍କ ବାସଭବନ ବି ସାମିଲ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe