କନକ ବ୍ୟୁରୋ : କୋଭିଡ ଚେନକୁ ଭାଙ୍ଗିବା ଲାଗି ମହାରାଷ୍ଟ୍ରରେ କଟକଣାକୁ ଆହୁରି କଡାକଡି କରାଯାଇଛି । ଆଜି ରାତି ୮ଟାରୁ ମେ ପହିଲା ଯାଏଁ ଏହି କଟକଣା ଜାରି ରହିବ । ନୂଆ ଗାଇଡଲାଇନ ଅନୁସାରେ, ସବୁ ସରକାରୀ ଅଫିସ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ତେବେ କୋଭିଡ ମ୍ୟାନେଜମେଂଟ କରୁଥିବା ସଂସ୍ଥାରେ ଶହେ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ ।
କେବଳ ଦୁଇ ଘଂଟା ପାଇଁ ବିବାହ ଉତ୍ସବକୁ ଅନୁମତି ମିଳିବ । ଏଥିରେ କେବଳ ୨୫ ଜଣ ହିଁ ସାମିଲ ହୋଇପାରିବେ । କଟକଣା ନ ମାନିଲେ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ସେହିଭଳି ସରକାରୀ ବସ କେବଳ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ସେହିଭଳି ଦରକାର ନ ପଡିଲେ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏଭଳି କଲେ ୧୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ । କୋଭିଡ ନିୟମ ନ ପାଳିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/3-29.jpg)