ମହାରାଷ୍ଟ୍ରର ମହାନାଟକ କୋର୍ଟରୁମ୍ ଠାରୁ ଆରମ୍ଭ କରି ବୋର୍ଡରୁମ୍ ପର୍ଯ୍ୟନ୍ତ ଜାରି ରହିଛି । ମହାରାଷ୍ଟ୍ରରେ ଫଡନବିସଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଛି । ଏହି ପାଳିରେ ସେ ନିଜର ସ୍ଥିତି ବଜାୟ ରଖିପାରୁଛନ୍ତି କି ନାହିଁ ସେଥିପାଇଁ ପ୍ରୟାସ ଜାରି ରହିଛି । ଗଣମାଧ୍ୟମରେ ଏହି ଘଟଣା ଉପରେ ଲଗାତାର ଚର୍ଚ୍ଚା ଲାଗି ରହିଛି । ଇଣ୍ଡିଆ ଟୁଡେର ଏକ ଶୋରେ ମହାରାଷ୍ଟ୍ରର ରାଜନୀତି ଉପରେ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ସମୟରେ ମଞ୍ଚସ୍ଥ ଅତିଥି ସିନେମା ଗୀତ ଉପରେ ମହାରାଷ୍ଟ୍ରର ଆସନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଇଣ୍ଡିଆ ଟୁଡେର ଏଡିଟର ରାଜଦୀପ ସର୍ଦେସାୟୀଙ୍କ ଏହି ଶୋରେ କଂଗ୍ରେସ ନେତା ସଂଜୟ ଝା, ବିଜେପିି ନେତା ନଲିନ କୋହଲୀ, ବରିଷ୍ଠ ପତ୍ରକାର ନିଖିଲ ବାଗଲେ ଓ ବିଶ୍ୱଜୀତ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ ।

Advertisment

ଏହି କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସ ମଧ୍ୟରେ ଉଭୟ ଉଭୟଙ୍କୁ ଗୀତରେ ଗୀତରେ କଟାକ୍ଷ କରୁଥିବାର ଦେଖିବାକୁ ମିଳିଥିଲା । ପ୍ରଥମେ କଂଗ୍ରେସ ନେତା ସଂଜୟ ଝା ବିଜେପିକୁ ଆକ୍ଷେପ କରି ଏକ ଗୀତ ଗାଇଥିଲେ । “ଲେ ଜାଏଙ୍ଗେ, ଲେ ଜାଏଙ୍ଗେ, ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ...ରେହ ଜାଏଙ୍ଗେ...ରେହ ଜାଏଙ୍ଗେ...ପୈସେ ୱାଲେ ଦେଖତେ ରେହ ଜାଏଙ୍ଗେ ।” ପରେ ବିଜେପି ନେତା ନଳିନ କୋହଲୀ ମହାରାଷ୍ଟ୍ରର ବିପକ୍ଷଙ୍କୁ ଏହା ଉତ୍ତରରେ ଆଉ ଏକ ଗୀତ ଗାଇଥିଲେ । “ସର ଯୋ ତେରା ଚକରାୟେ...ୟା ଦିଲ ଡୁବା ଜାଏ ... ଆଜା ପ୍ୟାରେ... ପାସ୍ ହମାରେ କାହେ ଘବରାୟେ...କାହେ ଘବରାୟେ...” । କାର୍ଯ୍ୟକ୍ରମ ଶେଷରେ ରାଜଦୀପ ସର୍ଦେସାୟୀ ମଧ୍ୟ ଏକ ଗୀତ ଗାନ କରି ମହାରାଷ୍ଟ୍ରର ଉତଥାନ ପତନ ଘଟଣାକୁ ବର୍ଣ୍ଣନା କରିଥିଲେ । “ବୁରେ କାମ କା ବୁରା ନତୀଜା...କ୍ୟୁ ଭାଈ ଚାଚା...ହାଂ ଭତୀଜା.” ଗୋଲମାଲ୍ ହେ ଭାଇ ସବ୍ ଗୋଲ ମାଲ୍ ହେ ।