ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ ।

680

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକରେ ନୂଆ ମୋଡ । ସରକାର ଗଢିବାକୁ ବିଜେପିକୁ ନିମନ୍ତ୍ରଣ କଲେ ରାଜ୍ୟପାଳ ।ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ହେବାର ଆଶା ଦେଖାଦେଇଛି ।  ରାଜ୍ୟପାଳ  ଭଗତ ସିଂ କୋସ୍ୟାରୀ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ।  ବିଜେପି ବିଧାୟକ ଦଳର ନେତା ଦେବେନ୍ଦ୍ର ଫଡନବୀସଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି ଓ ଆସନ୍ତା ୧୧ ତାରିଖ ଅର୍ଥାତ ସୋମବାର ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ତାଙ୍କୁ କୁହାଯାଇଛି ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।  ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ ।

ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ଆସନ ମଧ୍ୟରୁ ବିଜେପିର ୧୦୫ ଜଣ ସଦସ୍ୟ ଅଛନ୍ତି । ସରକାର ଗଢିବା ପାଇଁ ବିଜେପିକୁ ଆଉ ୪୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।  ସ୍ୱାଧୀନ ଓ ଛୋଟ ଛୋଟ ଦଳମାନଙ୍କ ମଧ୍ୟରୁ ୧୫ ଜଣ ବିଧାୟକ ବିଜେପିକୁ ସମର୍ଥନ କରୁଛନ୍ତି । ଏଣୁ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ବିଜେପିକୁ ଆଉ ୨୫ ଜଣଙ୍କ ସମର୍ଥନ ଆବଶ୍ୟକ ପଡିବ । 

ଗତକାଲି ଦେବେନ୍ଦ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ ।  ଆଜି ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇଛି । ସମ୍ବିଧାନ ଅନୁସାରେ ଏହି ତାରିଖ ପୂର୍ବରୁ ନୂଆ ବିଧାନସଭା ଗଠିତ ହେବା କଥା । କିନ୍ତୁ ନୂଆ ସରକାର ଗଠନ ହୋଇନପାରିବାରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଥିଲେ ।