କନକ ବ୍ୟୁରୋ: କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ବିଭିନ୍ନ ସମୟରେ ଶାହାରୁଖଙ୍କୁ ଧମକ ମିଳୁଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ସାହାରୁଖଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ପରେ କିଙ୍ଗ ଖାନଙ୍କୁ ଏଭଳି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ମହାରାଷ୍ଟ୍ର ପୋଲିସ । ଏବେ ଶାହାରୁଖ ୱାଇ ପ୍ଲସ ସୁରକ୍ଷା ପାଇବା ପରେ ରାଜ୍ୟରେ ତାଙ୍କ ଗସ୍ତ ସମୟରେ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ଯେଉଁଥିରେ ୬ ଜଣ କମାଣ୍ଡୋ, ୪ ଜଣ ପୁଲିସ କର୍ମଚାରୀଙ୍କ ସହିତ ଜଣେ ଟ୍ରାଫିକ କ୍ଲିଅରେନ୍ସ ପାଇଁ ରହିବେ । ଏହି ସୁରକ୍ଷାକର୍ମୀ ଶାହାରୁଖଙ୍କ ବାସଭବନ ମନ୍ନତ ବାହାରେ ନିୟୋଜିତ ହୋଇଛନ୍ତି । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାନ୍ ରାଜ୍ୟ ସରକାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ, ପଠାନ୍ ଓ ଜୱାନ୍ ସିନେମା ପରେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି । ଏହାପରେ ମହାରାଷ୍ଟ୍ର ସରକାର ତାଙ୍କ ସୁରକ୍ଷାକୁ ୱାଇ ପ୍ଲସକୁ ବୃଦ୍ଧି କରିଛନ୍ତି । ତେବେ ଏହି ସୁରକ୍ଷା ଖର୍ଚ୍ଚ ନିଜେ କିଙ୍ଗଖାନ୍ ବହନ କରିବେ । ଏଥିପାଇଁ ସେ ରାଜ୍ୟସରକାରଙ୍କୁ ଦେବେ ସୁରକ୍ଷା ଖର୍ଚ୍ଚ ।