ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଉଦ୍ଧବ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ କଲେ ଚ୍ୟାଲେଞ୍ଜ ।

Advertisment
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଉଦ୍ଧବ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ କଲେ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଛନ୍ତି ମହାରାଷ୍ଟ୍ର ସରକାର । ସୁପ୍ରମକୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ସ୍ଥାୟୀ ଓକିଲ ସଚିନ ପାଟିଲ କହିଛନ୍ତି ଯେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରି ଆବେଦନ କରିଛନ୍ତି ରାଜ୍ୟ ସରକାର ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ, ଅନୀଲ ଦେଶମୁଖଙ୍କ ବିରୋଧରେ ଆଣିଥିବା ବଟି ଆଦାୟ ଅଭିଯୋଗକୁ ନେଇ ସୋମବାର ଦିନ ବମ୍ବେ ହାଇକୋର୍ଟ ଶୁଣାଣୀ କରିଥିଲେ । ଏବଂ ସିବିଆଇ ମାମଲାର ତଦନ୍ତ କରିବ ବୋଲି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପରେ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ । ୫୨ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶନାମାରେ ହାଇକୋର୍ଟ ସିବିଆଇକୁ ୧୫ଦିନ ମଧ୍ୟରେ ଏକ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଙ୍କୁ ପତ୍ର ଲେଖି ଅନୀଲ ଦେଶମୁଖଙ୍କ ବିରାଧରେ ଦୁର୍ନୀତି ଅଭିଯୋଗ ଆଣିବା ସହିତ ମାସକୁ ଶହେ କୋଟି ଟଙ୍କା ବଟି ଆଦାୟ କରିବା ପାଇଁ ଟାର୍ଗେଟ ଦିଆଯାଇଥିବା ପରମବୀର ସିଂ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe