ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି: ସରକାର ଗଠନ ପାଇଁ ଏନସିପିକୁ ଡାକରା; ସନ୍ଧ୍ୟା ୭ଟା ୩୦ ଯାଏଁ ସମୟ ଦେଲେ ରାଜ୍ୟପାଳ

କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ; ଆଜି ପୁଣି ବୈଠକ

227

କନକ ବ୍ୟୁରୋ: ମହାରାଷ୍ଟ୍ରରେ କିଏ ଗଢ଼ିବ ତାକୁ ନେଇ ଯେମିତି ଚର୍ଚ୍ଚା ଥମିବାରେ ନାଁ ନେଉନାହିଁ । ମହାରାଷ୍ଟ୍ର ରାଜନୀତିକୁ ନେଇ ଘଟିକେ ଘୋଡ଼ା ଛୁଟୁଛି । ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ରଖିପାରେ ଏନ୍ସିପି । କାରଣ ଏନ୍ସିପିକୁ ୨୪ ଘଂଟାର ମହଲତ ଦେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିଆରୀ । ତେବେ ରାଜ୍ୟପାଳଙ୍କୁ ଦାବି ଜଣାଇବା ପୂର୍ବରୁ ଆଜି ଏନସିପିର ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ଦଳୀୟ ରଣନୀତି ସ୍ଥିର ହୋଇପାରେ ।

ଅନ୍ୟପଟେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକିୟାରେ କଂଗ୍ରେସର ଭୂମିକା ନେଇ ମନ୍ଥନ କରିବେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । କଂଗ୍ରେସ, ସରକାରକୁ ବାହାରୁ ସମର୍ଥନ ଦେବା ନା ମେଂଟର ଭାଗିଦାରୀ ହେବ ତାକୁ ନେଇ ମନ୍ଥନ ହେବାର ସଂଭାବନା ରହିଛି । ତେବେ ଦ୍ୱିତୀୟ ବୃହତ ଦଳ ଭାବେ ଉଭା ହୋଇଥିବା ଶିବସେନା ସରକାର ଗଠନ ପାଇଁ ଗତକାଲି ମହଲତ ମାଗିଥିବା ବେଳେ ସମୟ ଦେବାକୁ ମନା କରିଦେଇଥିଲେ ରାଜ୍ୟପାଳ ।

ଅନ୍ୟପଟେ ଏନସିପିକୁ ସରକାର ଗଠନ ନେଇ ୨୪ ଘଂଟିଆ ମହଲତ ଦେଇଛନ୍ତି ରାଜ୍ୟପାଳ । ଏହାରି ଭିତରେ କଂଗ୍ରେସ କିମ୍ବା ଏନସିପି କେହି ବି ଔପଚାରିକ ଭାବେ ଶିବସେନାକୁ ସମର୍ଥନ ଘୋଷଣା କରିନଥିବାରୁ ବର୍ତମାନ ମହାରାଷ୍ଟ୍ର ରାଜନୀତିକୁ ନେଇ ଦେଖାଦେଇଛି ଅନେକ ଆଶା ଆଶଙ୍କା । ଏପରିକି ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ।