ଅନଲକ୍-୧ ଶେଷ ହେବା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । କରୋନା ମହାମାରୀ ରୋକିବାକୁ ମହାରାଷ୍ଟ୍ରରେ ୩୧ ଜୁଲାଇ ଯାଏଁ ଲକଡାଉନ୍ ବୃଦ୍ଧି ।

1,439

କନକ ବ୍ୟୁରୋ: ଅନଲକ୍-୧ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ଲକଡାଉନ୍ ଅବଧି ବୃଦ୍ଧି । ଆସନ୍ତା ଜୁଲାଇ ୩୧ ଯାଏଁ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ୍ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅଣ-ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ଲଗାଇବାକୁ ସରକାର ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନଙ୍କୁ କ୍ଷମତା ପ୍ରଦାନ କରିଛନ୍ତି ।

ତେବେ ଜରୁରୀ ସେବା ଯୋଗାଉଥିବା ସରକାରୀ ବିଭାଗ ଯଥା ସ୍ୱାସ୍ଥ୍ୟ ବିଭାଗ, ପୁଲିସ, ବିପର୍ଯ୍ୟୟ ପରିଚାଳନା ବିଭାଗ, ବ୍ୟାଙ୍କ, ପୌରସଂସ୍ଥା, ପ୍ରଶାସନିକ ଅଫିସ ଆଦି ଖୋଲା ରହିବ । ଅତ୍ୟାବଶ୍ୟକ କାର୍ଯ୍ୟ ଯଥା ସ୍ୱାସ୍ଥ୍ୟ ସେବା ଆଦିକୁ ଅନୁମତି ଦିଆଯିବ । ଅଣଜରୁରୀ ସରକାରୀ ଅଫିସଗୁଡ଼ିକ ୧୫ ପ୍ରତିଶତ କର୍ମଚାରୀ ବା ୧୫ ଜଣ କର୍ମଚାରୀ (ଯେଉଁଟି ଅଧିକ)ଙ୍କୁ ନେଇ ଚାଲିପାରିବ । ଘରୋଇ କମ୍ପାନିର ଅଫିସଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀ ବା ୧୦ ଜଣ କର୍ମଚାରୀ (ଯେଉଁଟି ଅଧିକ)ଙ୍କୁ ନେଇ ଚାଲିପାରିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି ।

ଆଜି ମୋଟ କରୋନା ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୪୮ ହଜାର ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୧୬୪୭୫ ରେ ଓ ଆରୋଗ୍ୟ ସଂଖ୍ୟା ୩.୨୧ ଲକ୍ଷରେ ପହଞ୍ଚିଛି । ମହାରାଷ୍ଟ୍ର ଦେଶରେ ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧.୬୪ ଲକ୍ଷ ରହିଛି । ଏହା ମଧ୍ୟରୁ ମୃତ୍ୟୁସଂଖ୍ୟା ୭୪୨୯ ଓ ସକ୍ରିୟ ସଂକ୍ରମଣ ସଂଖ୍ୟା ୭୦୬୨୨ ରହିଛି । ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ଦୃଷ୍ଟିରୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।