କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ଲକଡାଉନକୁ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ଏନେଇ ମହାରାଷ୍ଟ୍ର ସରକାର ଗାଇଡଲାଇନ ଜାରି କରିଛନ୍ତି । ସରକାରଙ୍କ ଗାଇଡଲାଇନ ଅନୁସାରେ ମହାରାଷ୍ଟ୍ରରେ କଣ୍ଟେନମେଣ୍ଟ ଜୋନ ବାହାରେ ସିନେମା ହଲ ଓ ସୁଇମିଂ ପୁଲ ଖୋଲାଯିବ । ତେବେ ଏହି ନିୟମ ନଭେମ୍ବର ୫ରୁ ଲାଗୁ ହେବ ବୋଲି କୁହାଯାଇଛି ।
ତେବେ ଏହି ସବୁ ଖୋଲିବା ପରେ କୋଭିଡ ଗାଇଡଲାଇନ ପାଳନ କରାଯିବ । ସିନେମା ହଲ, ସୁଇମିଂ ପୁଲ, ଓ ଥିଏଟରରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ଖୋଲାଯିବ । କେନ୍ଦ୍ର ସରକାର ପୂର୍ବରୁ ଦେଶରେ ସିନେମା ହଲ ଓ ସୁଇମିଂ ପୁଲ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ କୋଭିଡ ଗାଇଡ ଲାଇନ ପାଳନ କରିବାକୁ କୁହାଯାଇଛି ।
ଦେଶରେ ୭ ମାସ ହେବ ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିଛି । ତେବେ ସରକାର ଏହାକୁ ୧୫ ଅକ୍ଟୋବରରୁ ପୁଣି ଚାଲୁ କରିଛନ୍ତି । ହେଲେ କେତକ ରାଜ୍ୟରେ ଏହା ଉପରେ କଟକଣା ଜାରି କରାଯାଇଛି । ଓଡିଶାରେ ମଧ୍ୟ ଏହା ଉପରେ କଟକଣା ରହିଛି । ହେଲେ ଆଜି ମହାରାଷ୍ଟ୍ର ସରକାର ଏହା ଉପରେ କଟକଣା ଉଠାଇଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/46522-food-in-multiplex.jpg)