ବଟି ଆଦାୟ ମାମଲା, ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଓକିଲ ଗିରଫ

120

କନକ ବ୍ୟୁରୋ : ବଟି ଆଦାୟ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଓକିଲ ଆନନ୍ଦ ଡାଗାଙ୍କୁ ସିବିଆଇ ମୁମ୍ବାଇରୁ ଗିରଫ କରିଛି । ଜଣେ ଇନସ୍ପେକ୍ଟରଙ୍କ ମାଧ୍ୟମରେ ଅନିଲ ଦେଶମୁଖଙ୍କ ଉପରେ ଚାଲିଥିବା ଯାଂଚକୁ ପ୍ରଭାବିତ କରୁଥିବା ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଛି । ତାଙ୍କୁ ଅଧିକ ପଚରା ଉଚରା ପାଇଁ ଦିଲ୍ଲୀ ଅଣାଯିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଏହି ମାମଲାରେ ଯାଂଚକୁ ପ୍ରଭାବିତ କରିବାରେ ସହାୟତା କରୁଥିବା ସିବିଆଇ ଇନସ୍ପେକ୍ଟର ଅଭିଶେକ ତିୱାରୀଙ୍କୁ ବି କାଲି ରାତିରେ ଗିରଫ କରାଯାଇଛି । ସବିଆଇ ପକ୍ଷରୁ ଅଭିଶେକଙ୍କ ଦିଲ୍ଲୀ ଓ ଆହ୍ଲାବାଦ ସ୍ଥିତ ବାସଭବନ ଉପରେ ଚଢାଉ କରାଯାଇଛି ।

ଅଭିଶେକଙ୍କୁ ଗିରଫ କରିବା ପୂର୍ବରୁ ସିବିଆଇ ପକ୍ଷରୁ ଅନିଲ ଦେଶମୁଖଙ୍କ ଜ୍ୱାଇଁ ଡା. ଗୌରବ ଚର୍ତୁବେଦୀ ଓ ଓକିଲ ଆନନ୍ଦ ଡାଗାଙ୍କୁ ହେପାଜତକୁ ନେଇଥିଲା । ପଚରା ଉଚରା ପରେ ଡାକ୍ତର ଗୌରବ ଚର୍ତୁବେଦୀଙ୍କୁ ସିବିଆଇ ଛାଡି ଦେଇଥିବା ବେଳେ ଆନନ୍ଦ ଡାଗାଙ୍କୁ ଗିରଫ କରିଛି ।

 

ଅନ୍ୟପଟେ ଦେଶମୁଖଙ୍କ ପରିବାର ପକ୍ଷରୁ ସିବିଆଇ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି କି ସିବିଆଇ କାହାକୁ ପଚରା ଉଚରା କରିବା ପୂର୍ବରୁ ତାଙ୍କୁ ନୋଟିସ କରିବା କଥା । ହେଲେ ସିବିଆଇ କାହା ଚାପରେ ଆସି ବିନା ନୋଟିସରେ ଆମ ଓକିଲ ଓ ଜ୍ୱାଇଁଙ୍କୁ ଉଠାଇ ନେବା ଅସାମ୍ବିଧାନିକ । ଅନ୍ୟପଟେ ଡ. ଗୌରବ ଚର୍ତୁବେଦୀଙ୍କୁ ସିବିଆଇ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି ।