ମହାରାଷ୍ଟ୍ରର ଜଣେ ପିଆଜ ଚାଷୀ ପିଆଜ ଦାମରେ କମିଥିବା ଦାମ୍ କୁ ଦେଖି ଏବଂ ପିଆଜ ବିକ୍ରି କରିବା ପରେ ମିଳୁଥିବା ମାମୁଲୀ ଟଙ୍କାକୁ ନେଇ ନିଜ ବିରୋଧ ଦର୍ଶାଇବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିଶ୍ ଙ୍କୁ ୬ ଟଙ୍କା ମନି ଅର୍ଡର ପଠାଇଛନ୍ତି ।
ଶ୍ରେୟସ ଅଭାଲେ ନାମକ ଏହି ପିଆଜ ଚାଷୀ ତାୟା ଜିଲ୍ଲାର ସଙ୍ଗମନେର ଥୋକ୍ ନାମକ ଏକ ବଜାରରେ ୨୬୫୭ କିଲୋ ପିଆଜକୁ ପ୍ରତି କିଲୋ ପିଛା ୧ ଟଙ୍କାରେ ବିକ୍ରି କରିବା ପରେ ଏବଂ ବଜାରର ଖର୍ଚ୍ଚ ବାହାର କରିବା ପରେ ଚାଷୀ ଜଣକ ପାଖରେ ମାତ୍ର ୬ ଟଙ୍କା ବଳକା ରହିଲା । ଶ୍ରେୟସଙ୍କ କହିବାନୁସାରେ ୨୬୫୭ କିଲୋ ପିଆଜ ବିକ୍ରି କରିବା ପରେ ମୋତେ ୨୬୫୭ ଟଙ୍କା ମିଳିଥିଲା କିନ୍ତୁ ପରିବହନ ଏବଂ କୁଲୀକୁ ଆସୁଥିବା ଖର୍ଚ୍ଚ ଦେବା ପରେ ମୋ ପାଖରେ ମାତ୍ର ୬ ଟଙ୍କା ବଳକିିଥିଲା । ଏଭଳି ପରିସ୍ଥିତି ତାଙ୍କୁ ଖୁବ୍ ନିରାଶ କରିଥିଲା ଏବଂ ସେ ମୁଖ୍ୟମନ୍ତ୍ରୀଙ୍କୁ ୬ ଟଙ୍କାର ମନିଅର୍ଡର ପଠାଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସ୍ଥିତି ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ମନିଅର୍ଡର ଯୋଗେ ୬ ଟଙ୍କା ପଠାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/farmer-51_5.jpg)
/kanak/media/post_attachments/wp-content/uploads/2018/12/maha-kmUG-621x414@LiveMint-300x200.jpg)