ଜୁନ ପହିଲା ଯାଏଁ ମହାରଷ୍ଟ୍ରରେ ବଢିଲା ଲକଡାଉନ ଭଳି କଟକଣା : ରାଜ୍ୟରେ ପ୍ରବେଶ ନିମନ୍ତେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

96

କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରକୁ ଉଠିବାରେ ଲାଗିଛି ।  ମହାରାଷ୍ଟ୍ରରେ ବି  ସଂକ୍ରମଣ ବଢୁଛି । ଏହାକୁ ଦୃଷ୍ଟିରେ ରଖି  ମହାରାଷ୍ଟ୍ରରେ ଲକଡାଉନ ଭଳ କଟକଣା ଜାରି କରାଯାଇଛି । ଏହାକୁ ଜୁନ ପହିଲା ସକାଳ ୭ଟା ଯାଏଁ ବଢାଇବାକୁ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ ସରକାର ।

ରାଜ୍ୟରେ ପ୍ରବେଶ କରିବାକୁ ହେଲେ ୪୮ ଘଂଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ଉପରେ ଲଗାମ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର ।  ପାର୍କ, ମଲ୍, ସିନେମା ହଲ୍, ଆଦିକୁ ମଧ୍ୟ ବନ୍ଦ ରଖାଯାଇଛି । ସାଧାରଣ ପରିବହନ ଓ ଲୋକାଲ୍ ଟ୍ରେନଗୁଡିକ କଟକଣା ଭିତରେ ଚାଲୁଛି ।  କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି ।