ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏଲଭିସ ଯାଦବଙ୍କ ଫଟୋ ଭାଇରାଲ । ବିରୋଧୀଙ୍କ ଅଭିଯୋଗ ଅପରାଧୀଙ୍କ ହାତ ମିଳାଇଛନ୍ତି ମୁଖ୍ୟମନ୍ତ୍ରୀ

114

କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ଅଭିଯୋଗ ପରେ ଅଡ଼ୁଆରେ ପଡ଼ିଛନ୍ତି ୟୁଟୁବ୍ୟର ଏଲଭିସ୍ ଯାଦବ । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଏଲଭିସଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା ଉଦ୍ଧବ ଗୋଷ୍ଠୀ । ଦେଶର ଅନ୍ୟତମ ନିଶା ମାଫିଆ ତଥା ଅପରାଧୀ ସହ ମୁଖ୍ୟମନ୍ତ୍ରୀଙ୍କ କଣ ସର୍ମ୍ପକ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଶିବସେନା ୟୁବିଟି ନେତା ସଂଜୟ ରାଉତ । ସଂଜୟ ଅଭିଯୋଗ କରିଛନ୍ତି ଏଲଭିସ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଘରକୁ ଆସିଥିଲେ ଓ ସାକ୍ଷାତ କରିଥିଲେ । କେବଳ ସେତିକି ନୁହେଁ ଗଣପତିଙ୍କ ଆଳତୀ ମଧ୍ୟ କରିଥିଲେ । ବିଜେପି ଜବାବରେ କହିଛି ଏହା ପୁରୁଣା ଫଟୋ । ବିବାଦ ଭିତରେ ଅଯଥାରେ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ଘୋଷଡା ଯାଉଛି ।