କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା ମହାସଂଗ୍ରାମ ମୁମ୍ବାଇରୁ ଦିଲ୍ଲୀ ଯାଏଁ ରାଜନୀତି ସରଗରମ ହୋଇଛି । ରବିବାର ଏନସିପି ବିଧାୟକଙ୍କୁ ରେନେସା ହୋଟେଲରୁ ଏକ ବସ ଯୋଗେ ହୟାତ ହୋଟେଲକୁ ସ୍ଥାନାନ୍ତର କରାଯାଇଛି । କାଲି ରେନସା ହୋଟେଲରେ ଜଣେ ସାଦା ପୋଷାକଧାରୀ ପୁଲିସ ଥିବା ଜଣାପଡିଥିଲା । ଏହାକୁ ନେଇ ଏନସିପି ନେତା ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଗୁଇନ୍ଦା ଲଗାଇ ଏନସିପି ବିଧାୟକଙ୍କୁ ଭାଙ୍ଗିବାକୁ ଉଦ୍ୟମ ହେଉଥିବା କହି ରେନସାରୁ ହୟାତ ହୋଟେଲକୁ ନିଆଯାଇଥିଲା । ବିଧାୟକଙ୍କୁ ଏକଜୁଟ ରଖିବାକୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି ।

Advertisment

publive-imageଆଉ ଏହା ବି କୁହାଯାଉଛି ଯେ କଂଗ୍ରେସ ଓ ଶିବସେନା ବିଧାୟକ ରହୁଥିବା ହୋଟେଲ ପାଖରେ ହୟାତ ହୋଟେଲ ରହିଛି । ତେଣୁ ତିନି ଦଳର ନେତାଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖିବା ଓ ଆଲୋଚନା କରିବା ସୁବିଧା ହେବ । ଦଳର ନିଷ୍ପତି ବିରୋଧରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନସିପି ନେତାଙ୍କୁ ଏହି ରେନସା ହୋଟଲେ ରଖାଯାଇଥିଲା । ହୋଟେଲରେ ଏନସିପିର ମୋଟ ୫୪ ବିଧାୟକଙ୍କ ମଧ୍ୟରୁ ୫୦ ଜଣ ବିଧାୟକ ରହିଥିଲେ । ରବିବାର ରେନସା ହୋଟେଲରେ ଥିବା ବିଧାୟକଙ୍କୁ ଭେଟିବା ପାଇଁ ଦଳର ମୁଖିଆ ଶରଦ ପାୱାର ଯାଇଥିଲେ । ଏହାପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ସଂଜୟ ରାଉତ ମଧ୍ୟ ରେନସା ହୋଟେଲ ଯାଇ ଏନସିପି ନେତାଙ୍କୁ ସମ୍ବୋଧିତ କରି, ଶିବସେନା, ଏନସିପି ଓ କଂଗ୍ରେସର ସରକାର ମହାରାଷ୍ଟ୍ରରେ ଗଠନ ହେବ ବୋଲି ଆଶ୍ୱସ୍ତ କରିଥିଲେ ।