କନକ ବ୍ୟୁରୋ : ପୁଅକୁ ଫେରିପାଇବା ପାଇଁ ମୈତ୍ରୀ ବିହାର ଥାନା ଆଗରେ ମହାରାଷ୍ଟ୍ରର ଦମ୍ପତି । ୮ ଦିନ ହେଲା ହଜିଲା ପୁଅକୁ ଖୋଜୁଛନ୍ତି ବାପା ମା’ । ତାଙ୍କ ହଜିଲା ପୁଅକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରିଛନ୍ତି ମହାରାଷ୍ଟ୍ରର ଦମ୍ପତି । ତେବେ ତାଙ୍କ ମୋବାଇଲକୁ ଧମକ ପୂର୍ଣ୍ଣ ମେସେଜ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି । ୩ ଲକ୍ଷ ଟଙ୍କା ଦେଲେ ତାଙ୍କ ପୁଅଙ୍କୁ ଫେରି ପାଇବେ ବୋଲି ଅଜଣା ନମ୍ବରରୁ ମେସେଜ ଆସୁଛି ।

Advertisment

ଏ ବିଷୟରେ କାହାକୁ କହିଲେ ପରିଣତି ଭୟଙ୍କର ହେବ । ଏହି ସମ୍ପର୍କରେ ଥାନାଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏବେ ଯାଏଁ କୌଣସି ସୁଫଳ ମିଳି ପାରି ନାହିଁ । ଫୋନ୍ ନମ୍ବର ମଧ୍ୟ ଥାନା ଅଧିକାରୀ ବ୍ଲକ କରି ଦେଇଛନ୍ତି ହୋଲି ଦମ୍ପତି ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ କେଉଁଠି ଗୁହାରି କରିବୁ । କାହା ପାଖକୁ ଯିବୁ । ସ୍କୁଲ ଗେଟ ପର୍ଯ୍ୟନ୍ତ ପୁଅ ଆସିଥିଲା କି ନାହିଁ ବୋଲି ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ସ୍ପଷ୍ଟ କରି ନାହାନ୍ତି ।