କନକ ବ୍ୟୁରୋ: ମହାରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ନାନା ପଟେଲଙ୍କ ବଡ ବୟାନ । ମାର୍ଚ୍ଚ ୧୦ ତାରିଖରେ ମହାରାଷ୍ଟ୍ର ସରକାରରେ ହେବ ଅଦଳବଦଳ । ତେବେ ଏହି ଅଦଳବଦଳ କେବଳ କ୍ୟାବିନେଟ୍ ମନ୍ତ୍ରୀ ସ୍ତରରେ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ନାନା ପଟେଲ ମହାରାଷ୍ଟ୍ରର ଭଣ୍ଡାରାରେ ଆୟୋଜିତ ଏକ ରାଲିରେ ଯୋଗ ଦେଇ ଏପରି ବୟାନ ରଖିଛନ୍ତି ।
ଏହାପୂର୍ବରୁ ମଙ୍ଗଳବାର ଶିବସେନାର ମୁଖପାତ୍ର ସଂଜୟ ରାୱତ ମହାରାଷ୍ଟ୍ର ସରକାରକୁ ନେଇ ବିଜେପି ଉପରେ ବଡ ଅଭିଯୋଗ ଆଣିଥିଲେ । ମହାରାଷ୍ଟ୍ରରେ ଶାସନ କରୁଥିବା ମହାବିକାଶ ଅଘାଡି ମେଣ୍ଟକୁ ଭାଙ୍ଗିବାକୁ ବିଜେପି ସେଠାରେ ପ୍ରୟାସ କରୁଥିବା ସେ ଅଭିଯୋଗ କରିଥିଲେ ।
ସଂଜୟ ରାୱତ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କୁ କିଛି ବିଜେପି ନେତା ସମ୍ପର୍କ କରିଥିଲେ । ଯେଉଁଥିରେ ସେମାନେ ସଞ୍ଜୟଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ । ଯଦି ସେ ଏମିତି ନକରନ୍ତି ତେବେ ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟକୁ ଭାଙ୍ଗି ଦେବେ ବୋଲି ସେମାନେ ଧମକ ଦେଇଥିବା ସଂଜୟ ରାୱତ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାଜପାର ନେତାମାନେ ତାଙ୍କୁ ଦଳ ବଦଳାଇବାକୁ କହିଥିଲେ । ଏପରି ନକଲେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ବି କହିଥିଲେ ।
ରାୱତ୍ କହିଥିଲେ, ରୀତିମତ ତାଙ୍କୁ ବିଜେପି ନେତାମାନେ ଫୋନ୍ କରୁଛନ୍ତି । ଯଦି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ସେ ସାହାଯ୍ୟ କରିବେନି , ତେବେ କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ଠିକ୍ କରିଦେବେ ବୋଲି ଧମକ ଦେଉଛନ୍ତି । ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ଶିବସେନା, କଂଗ୍ରେସ ଓ ଏନସିପିର ମେଣ୍ଟ ସରକାର ଶାସନ କରୁଛି । ଏହାକୁ ମହାବିକାଶ ଅଘାଡି ମେଣ୍ଟ କୁହାଯାଉଛି । ତେବେ ବିଜେପି ଏଠାରେ ଶାସନ ଗାଦିକୁ ଫେରିବାକୁ ଲଗାତାର ଚେଷ୍ଟା ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/36-14.jpg)