ମୁମ୍ବାଇରେ ଆଉ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି । ସଲମାନ ଖାନଙ୍କୁ ଭେଟିବା ସହ ସୁରକ୍ଷା ପାଇଁ ଦେଲେ ନିର୍ଭର ପ୍ରତିଶ୍ରୁତି ସିନ୍ଦେ

220

କନକ ବ୍ୟୁରୋ: ମୁମ୍ବାଇରେ ଚାଲିବନି ଅଣ୍ଡରୱାଲ୍ଡର ଦାଦାଗିରି । ଶେଷ ହେବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାର ଗ୍ୟାଙ୍ଗ । ଖୁବଶୀଘ୍ର ମୁମ୍ବାଇରୁ ଏହି ଗ୍ୟାଙ୍ଗକୁ ମୂଳପୋଛ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣା ପରେ ସଲମାନଙ୍କୁ ତାଙ୍କ ଘରେ ଭେଟିଛନ୍ତି ଏକନାଥ ସିନ୍ଦେ । ସଲମାନ ଏବଂ ତାଙ୍କ ପରିବାର ସହ ମହାରାଷ୍ଟ୍ର୍ର ସରକାର ରହିଛି । ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସଲମାନଙ୍କ ଘର ବାହାରେ ଗୁଳି ଫୁଟାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ବିହାରର ଭିକି ଗୁପ୍ତା ଓ ସାଗର ପାଲ । ଉଭୟ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହୋଇଥିବା ଜଣାପଡ଼ିଛି । ଜେଲରେ ରହି ମଧ୍ୟ ନିଜର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛି ବିଷ୍ଣୋଇ । ୭୦୦ ସୁଟରଙ୍କୁ ନେଇ ଚଳାଇଛି ଗ୍ୟାଙ୍ଗ । ଲରେନ୍ସ ନାଁରେ ଏକାଧିକ ହତ୍ୟା ମାମଲା ସହ ୩୦ରୁ ଅଧିକ ସାଂଘାତିକ ଅଭିଯୋଗ ରହିଛି ।