ମହାରାଷ୍ଟ୍ରରେ ଆଜି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସେ ଆଜି ୩୬ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି । ଏଥିସହିତ ଉଦ୍ଧବ ମନ୍ତ୍ରୀମଣ୍ଡଳରେ କଂଗ୍ରେସର ମନ୍ତ୍ରୀଙ୍କ ସଂଖ୍ୟା ୧୨ କୁ ବୃଦ୍ଧି ପାଇବ । ସେହିଭଳି ଏନସିପି ମନ୍ତ୍ରୀମାନଙ୍କ ସଂଖ୍ୟା ୧୬ ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିବସେନାରେ ମନ୍ତ୍ରୀଙ୍କ ସଂଖ୍ୟା ୧୫କୁ ବୃଦ୍ଧି ହେବ । ଏନସିପି ନେତା ଅଜିତ ପାୱାର ହୋଇପାରନ୍ତି ଉପ-ମୁଖ୍ୟମନ୍ତ୍ରୀ ଶୁଣିବାକୁ ମିଳୁଛି । publive-image

Advertisment

ବର୍ତ୍ତମାନ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟତୀତ ଶିବସେନା , ଏନସିପି ଓ କଂଗ୍ରେସର ୨-୨ ମନ୍ତ୍ରୀ ସାମିଲ ଅଛନ୍ତି । କଂଗ୍ରେସର ୧୨ ମନ୍ତ୍ରୀରୁ ୧୦ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨ ଜଣ ରାଜ୍ୟମନ୍ତ୍ରୀ ହେବେ । ସେହିଭଳି ଏନସିପିର ୧୬ ମନ୍ତ୍ରୀ ମଧ୍ୟରୁ ୧୨ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୪ ଜଣ ରାଜ୍ୟମନ୍ତ୍ରୀ ରହିବେ । ଏହା ବ୍ୟତିତ ଶିବସେନାର ୧୫ ମନ୍ତ୍ରୀ ମଧ୍ୟରୁ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୩ ଜଣ ରାଜ୍ୟମନ୍ତ୍ରୀ ରହିବେ । ନଭେମ୍ବର ୨୮ ରେ ଶପଥ ନେଇଥିଲେ ଉଦ୍ଧବ ଠାକରେ । ଉଦ୍ଧବଙ୍କ ସହିତ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ସେମାନେ ହେଲେ ଜୟନ୍ତ ପାଟିଲ , ଛଗନ ଭୂଜବଳ , ଏକନାଥ ସିନେ୍ଧ, ସୁଭାଷ ଦେଶାଇ, ବାଲାସାହେବ ଥୋରାଟ ଓ ନିତୀନ ରାଉତ ମନ୍ତ୍ରୀପଦର ଶପଥ ଗ୍ରହଣ କରିଥିଲେ । ଏନସିପି-କଂଗ୍ରେସ ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛି ଶିବସେନା ।