କନକ ବ୍ୟୁରୋ : ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ବଡ଼ ଧରଣର ବସ୍ ଦୁର୍ଘଟଣା । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ସେହିପରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ହୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Advertisment

ବୁଲଢାଣା ଜିଲ୍ଲାର ସମୃଦ୍ଧି ଏକ୍ସପ୍ରେସ୍ ୱେରେ ଜଳିଗଲା ଏସି ବସ୍ । ଜୀବନ୍ତ ଜଳିଗଲେ ୨୬ ଜଣ ଯାତ୍ରୀ । ବସରେ ଡ୍ରାଇଭର ସମେତ ୩୩ ଜଣ ଯାତ୍ରୀ ଥିଲେ । ବସଟି ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଏକ୍ସପ୍ରେସ୍ ୱେରେ ଥିବା ଡିଭାଇଡରରେ ମାଡ଼ ହୋଇଥିଲା । ଫଳରେ ବସଟି ଜଳିଯାଇଥିଲା । ଏଥିରେ ୨୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ବସର ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି ।

ଡ୍ରାଇଭରଙ୍କ କହିବା ଅନୁସାରେ ଦୁର୍ଘଟଣା ରାତି ପାଖାପାଖି ଗୋଟାଏ ୨୬ରେ ହୋଇଥିଲା । ବସର ଟାୟାର ଫାଟିଯିବାରୁ ଡିଭାଇଡରରେ ମାଡ ହୋଇଥିଲା ଓ ପରେ ବସରେ ନିଆଁ ଲାଗିଯାଇଥିଲା । ବସଟି ଓଲଟି ପଡ଼ିଥିବାରୁ ଲୋକଙ୍କୁ ବାହାରକୁ ଆଣିବାରେ ଅସୁବିଧା ହୋଇଥିଲା । କିଛି ଲୋକ କାରର କାଚ ଭାଙ୍ଗି ବାହାରକୁ ପଳାଇ ଆସିଥିଲେ । ଘଟଣା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ୨୬ ମୃତଦେହ ଚିହ୍ନଟ କରିବା ପାଇଁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି । ସେପଟେ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।