କନକ ବ୍ୟୁରୋ: ଗତ ଶନିବାର ମହାରାଷ୍ଟ୍ରରେ ଘଟିଥିବା ଭୟଙ୍କର ବସ୍ ପୋଡି ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା । ଦିନକ ପରେ ଏହି ଘଟଣାରେ ପ୍ରାଣ ହରାଇଥିବା ୨୪ଜଣ ମୃତକଙ୍କ ଗଣ ଶବଦାହ ହୋଇଛି । ସେଠାରେ ଥିବା ସମସ୍ତଙ୍କ ଆଖି ଓଦା ହୋଇଥିଲା । ବୁଲଧାନାରେ ଥିବା ବୈକୁଣ୍ଠ ଧାମ ଶ୍ମଶାନରେ ୨୪ଜଣଙ୍କ ଅନ୍ତ୍ୟେଷ୍ଟି କ୍ରିୟା ହୋଇଯାଇଛି ।

Advertisment

ଏହି ବସ୍ ପୋଡି ଘଟଣାରେ ୨୫ ଜଣ ପ୍ରାଣ ହରାଇଥିବାବେଳେ ୨୪ଜଣଙ୍କ ଶେଷକ୍ରିୟା ସମ୍ପନ୍ନ ହୋଇଛି ଏବଂ ଜଣଙ୍କ ମୃତଦେହକୁ ସେମାନଭ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣାରେ ଅଧିକାଂଶ ଯାତ୍ରୀ ଏତେମାତ୍ରାରେ ଜଳି ଯାଇଥିଲେ ଯେ ସେମାନଙ୍କୁ ଚିହ୍ନିବା ସମ୍ଭବ ନଥିଲା। ଡିଏନଏ ପରୀକ୍ଷା ଏକ ବିଳମ୍ବିତ ପ୍ରକ୍ରିୟା। ତେଣୁ ଡିଏନଏ ପରୀକ୍ଷା ପରିବର୍ତ୍ତେ ସେମାନଙ୍କ ଶବକୁ ଏକାଠି ଦାହ କରିବା ପାଇଁ ପରିବାରବର୍ଗଗୁଡ଼ିକୁ ଅନୁରୋଧ କରାଯାଇଥିଲା। ସେମାନେ ଏଥିରେ ରାଜି ହେବାରୁ ବୁଲଦାଣାର ବୈକୁଣ୍ଠ ଧାମ ହିନ୍ଦୁ ଶ୍ମଶାନ ଭୂମିରେ ରବିବାର ୨୪ଟି ଶବ ଏକତ୍ର ଦାହ କରାଯାଇଛି।