କୃଷକ ଆନ୍ଦୋଳନକୁ ସମର୍ଥନ କରି ମହାରାଷ୍ଟ୍ରରେ ବନ୍ଦ ପାଳୁଛି ଶିବସେନା

Advertisment
କୃଷକ ଆନ୍ଦୋଳନକୁ ସମର୍ଥନ କରି ମହାରାଷ୍ଟ୍ରରେ ବନ୍ଦ ପାଳୁଛି ଶିବସେନା

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଲଖିମପୁରରେ ଅକ୍ଟୋବର ୩ ତାରିଖରେ ହୋଇଥିବା ହିଂସା ଏବେ ସାରା ଦେଶକୁ ବ୍ୟାପିବାରେ ଲାଗିଛି । କୃଷକଙ୍କୁ ଗାଡି ମଡାଇ ହତ୍ୟା କରିବା ପ୍ରତିବାଦରେ ସାରା ଦେଶର କୃଷକ ସଂଗଠନମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ ଆଉପାଦେ ଆଗକୁ ଯାଇ ମହାରାଷ୍ଟ୍ର୍ରରେ କ୍ଷମତାରେ ଥିବା ଶିବସେନା ପକ୍ଷରୁ ଆଜି ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି ।  ମହାରାଷ୍ଟ୍ର ରାଜ୍ୟର ଶାସକ ‘ମହାବିକାଶ ଆଘାଡୀ’ ମେଣ୍ଟରେ ଥିବା ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛନ୍ତି।

ସଦ୍ୟତମ ସୂଚନା ଅନୁସାରେ, ଗତ ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପ୍ରତି ଏପର୍ୟ୍ୟନ୍ତ ମିଶ୍ରିତ ପ୍ରତିକ୍ରିୟା ଦେଖା ଦେଇଛି। ଅନେକ ଜିଲ୍ଲାରେ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। ଆଞ୍ଚଳିକ ନଗର ସଙ୍ଗଠନଦ୍ୱାରା ପରିଚାଳିତ ସ୍ଥାନୀୟ ବସ୍‌ ପରିବହନ ସେବା ବନ୍ଦ ରହିଛି। କିନ୍ତୁ, ‘ମୁମ୍ବାଇ ମେଟ୍ରୋପଲିସିଆନ୍‌ ରିଜନ୍‌’ରେ ଆଞ୍ଚଳିକ ଟ୍ରେନ୍‌ ସେବା ସ୍ୱାଭାବିକ ଭାବେ ଚାଲିଛି।

ପୁଣେ-ବେଙ୍ଗାଲୁର୍‌ ଜାତୀୟ ରାଜପଥର କୋହ୍ଲାପୁରରେ ଶିବସେନା କର୍ମୀମାନେ ରାସ୍ତା ଅବରୋଧ କରି ପୁଲିସଦ୍ୱାରା ଅଟକ ଅଛନ୍ତି। ମୁମ୍ବାଇର ଚେମ୍ବୁର୍‌ରେ ମଧ୍ୟ ଦଳୀୟ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି।
ପୂର୍ବାହ୍ନ ୧୧ଟାରେ ରାଜଭବନ ବାହାରେ କଂଗ୍ରେସ ମୌନବ୍ରତ ପାଳନ କରିଛି। ସୋଲାପୁରର ମେକାନିକ୍‌ ଚୌକ୍‌ରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରି ପୁଲିସଦ୍ୱାରା ଅଟକ ରହିଛନ୍ତି।

ଗତରାତିରୁ ଏପର୍ଯ୍ୟନ୍ତ ମୁମ୍ବାଇରେ ଅନ୍ୟୂନ ୮ଟି ‘ବିଇଏସ୍‌ଟି’ ବସ୍‌ ଭଙ୍ଗାରୁଜା କରାଯାଇଥିବା କଥା ଜଣେ ମୁଖପାତ୍ର କହିଛନ୍ତି। ତେଣୁ ବସ୍‌ ଚଳାଚଳ ପାଇଁ ପୁଲିସ ସୁରକ୍ଷା ମଗାଯାଇଛି। ତେଣୁ, ସକାଳୁ ଅତି ସ୍ୱଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଛି।

ଆଜିର ଏହି ପ୍ରତିବାଦକୁ ପୁଣେସ୍ଥିତ ପାଇକାରୀ ଏବଂ ଫଳ ବଜାରର ବ୍ୟବସାୟୀମାନେ ସମର୍ଥନ କରୁଛନ୍ତି। ଅଟୋରିକ୍ସା ସଙ୍ଘ ସବୁ ମଧ୍ୟ ପ୍ରତିବାଦକୁ ସମର୍ଥନ କରିଛନ୍ତି। କିନ୍ତୁ, ରାଜ୍ୟ ପରିବହନ ବସ୍‌ ସ୍ୱାଭାବିକ ଭାବେ ଚଳାଚଳ କରୁଛି। ଦିନ ୧୨ଟା ପରେ ‘ପବ୍ଲିକ୍‌ ବସ୍‌ ସର୍ଭିସ୍‌’ ଆରମ୍ଭ ହେବ।

ଏହାଛଡ଼ା, ମୁମ୍ବାଇର ହିନ୍ଦ୍‌ମାତା, ଦାଦର, ଲାଲବାଗ ଏବଂ ପାରେଲ୍‌ରେ ବଜାର ସବୁ ବନ୍ଦ ଅଛି। ନଓ୍ଵି ମୁମ୍ବାଇ ଓ ନାଶିକ ‘ଏଏମ୍‌ପିସି’ ମାର୍କେଟ୍‌ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe