ମହାରାଷ୍ଟ୍ର ଔରଙ୍ଗାବାଦରେ ମର୍ମନ୍ତୁଦ ଦୁର୍ଘଟଣା । ୧୪ ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ । ମୃତ ସମସ୍ତ ଶ୍ରମିକର ଛତିଶଗଡର

1,216

ମହାରାଷ୍ଟ୍ର ଔରଙ୍ଗାବାଦରେ ମର୍ମନ୍ତୁଦ ଦୁର୍ଘଟଣା

ପ୍ରବାସୀ ଶ୍ରମିକଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ

ଦୁର୍ଘଟଣାରେ ୧୪ ଶ୍ରମିକଙ୍କ ମୃତ୍ୟୁ ସୂଚନା

କନକ ବ୍ୟୁରୋ: ମହାରାଷ୍ଟ୍ର ଔରଙ୍ଗାବାଦରୁ ଆସିଲା ହୃଦୟ ବିଦାରକ ଖବର । ଟ୍ରେନ ଧକାରେ ଚାଲିଗଲା ୧୪ ଜଣଙ୍କ ଜୀବନ । ଔରଙ୍ଗାବାଦର ଜାଲନା ରେଲୱେ ଲାଇନ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣାଟି ଘଟିଛି । ଟ୍ରେନ ମାଡିଯିବା କାରଣରୁ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାଟି ଔରଙ୍ଗାବାଦ-ଜାଲନା ରେଲୱେ ଲାଇନରେ ସକାଳ ପ୍ରାୟ ସାଢେ ୬ଟା ବେଳେ ଘଟିଛି ଥିବା ଜଣାପଡିଛି ।

ବଡ କଥା ହେଉଛି କି, ମୃତ ସମସ୍ତ ପ୍ରବାସୀ ଶ୍ରମିକ ଛତିଶଗଡର ଏବଂ ତାଲାବନ୍ଦ କାରଣରୁ ରୋଜଗାର ହରାଇ ନିଜ ଭିଟାମାଟିକୁ ଚାଲି ଚାଲି ଯାଉଥିଲେ । ତେବେ ଏହି ସମୟରେ ସେମାନେ ବିଶ୍ରାମ ପାଇଁ ରେଳ ଧାରଣା ନିକଟରେ ଅପେକ୍ଷା କରିତିଲେ । ମାତ୍ରା ଠିକ୍ ଏହି ସମୟରେ ସେମାନଙ୍କ ଉପରେ ଏକ ମାଲବାହୀ ଟ୍ରେନ ମାଡିଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି ଛାନଭିନ ଆରମ୍ଭ କରିଛନ୍ତି ।

କରୋନା ଭାଇରସ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ତାଲାବନ୍ଦ କଟକଣା କାରଣର ଦେଶର ବିଭିନ୍ନ ପ୍ରାନ୍ତରେ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଫଶିରହିଛନ୍ତି । ଏମାନଙ୍କ ପାଖରେ ନା ରୋଜଗାର ରହିଛି ନା ବଂଚିବା ପାଇଁ ଖାଦ୍ୟ । ତେଣୁ ପେଟରେ ଭୋକ ଏବଂ ବଂଚିବା ଆଶାରେ କୋଉଠୁ କିଛି ନପାଇ ନିଜ ଭିଟାମାଟିକୁ ପୁଣ ଫେରିଆସୁଛନ୍ତି । କିଏ ଚାଲି ଚାଲି ତ ପୁଣି କିଏ ସାଇକେଲରେ ଶହ ଶହ ସଂଖ୍ୟକ ଶ୍ରମିକ ନିଜ ଘରକୁ ଫେରିଆସୁଛନ୍ତି । ଆଉ ଏଭଳି ପରିସ୍ଥିତିରେ ରାତିରେ ରହିବା ପାଇଁ ଏମାନଙ୍କ ପାଇଁ ସାହାରା ସାଜିଛି ରେଲୱେ ଟ୍ରାକ ।

ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହାଦ୍ୱାରା ବିଭିନ୍ନ ରାଜ୍ୟ ସରକାରମାନେ ବସ ବ୍ୟବସ୍ଥା କରି ନିଜ ରାଜ୍ୟର ଶ୍ରମିକଙ୍କୁ ଫେରାଇ ଆଣୁଛନ୍ତି । ଏହାଛଡା ରେଲୱେ ତରଫରୁ ବି ସ୍ୱତନ୍ତ୍ର ଟ୍ରେନ ଚଳାଯାଇ ଫଶି ରହିଥିବା ଶ୍ରମିକଙ୍କୁ ସ୍ୱରାଜ୍ୟକୁ ଫେରାଇ ଅଣାଯିବାର ବନ୍ଦବୋସ୍ତ କରାଯାଇଛି ।