କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପରେ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ଏନେଇ ତାରିଖ ଘୋଷଣା ହୋଇ ନଥିଲେ ବି ରାଜ୍ୟରେ ଏବେ ଥିବା ଏନସିପି ଓ ବିଜେପି ମେଣ୍ଟ ସରକାରରେ ଫାଟ ଦେଖିବାକୁ ମିଳିଛି । ଶିବସେନା ନେତା ଛଗନ ଭୂଜବଳ ଓ ବିଜେପି ନେତା ଦେବେନ୍ଦ୍ର ଫଡନଭିସଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ୨୮୮ ଆସନ ବିଶିଷ୍ଠ ମହାରାଷ୍ଟ୍ର ବିଧାନସଭାରେ ଶିବସେନା ନିର୍ବାଚନରେ ୯୦ ଆସନରେ ଲଢିବାକୁ ଦାବି କରିଛି । ଏନେଇ ଛଗନ ଭୂଜବଳ ସ୍ପଷ୍ଟ କରିଛନ୍ତି    । ହେଲେ ଦେବେନ୍ଦ୍ର ଫଡନଭିସ କହିଛନ୍ତି କି, ରାଜ୍ୟରେ ବିଜେପି ହେଉଛି ସବୁଠାରୁ ବଡ ପାଟି । ଏହାସହ ଏନସିପିକୁ ଯଦି ୯୦ ଆସନ ଦିଆଯିବ ତେବେ ଏକନାଥ ସିନ୍ଦେ ଗୋଷ୍ଠୀକୁ କେତେ ଆସନ ଦିଆଯିବ ।

Advertisment

ଛଗନ ଭୂଜବଳ କହିଛନ୍ତି କି, ମେଣ୍ଟ ବେଳେ ଏନେଇ ବିଜେପି ତରଫରୁ ଆଶ୍ୱାସନା ଦିଆଯାଇଥିଲା କି, ଆଗାମୀ ବିଧାନସଭା ନିର୍ବାଚନରେ ଏନସିପିକୁ ୯୦ ଆସନ ଲଢିବାର ସୁଯୋଗ ଦିଆଯିବ । ହେଲେ ୨୦୧୯ ବିଧାନସଭା ନିର୍ବାଚନରେ ଅବିଭାଜିତ ଏନସିପି ମାତ୍ର ୫୪ ଟି ଆସନରେ ବିଜୟୀ ହୋଇଥିଲା, ଯେତେବେଳେ ବିଜେପି ୧୦୫ ଆସନରେ ବିଜୟୀ ହୋଇଥିଲା । ଛଗନ ଭୂଜବଳ କହିଛନ୍ତି କି, ଯଦି ଆମେ ୯୦ ଆସନରେ ଲଢିବୁ ତେବେ ୫୦ ରୁ ୬୦ ଆସନରେ ବିଜୟୀ ହେବୁ । ହେଲେ ଯଦି ବିଜେପି ଆମକୁ ୫୦ ରୁ ୬୦ ଆସନରେ ଲଢିବାର ସୁଯୋଗ ଦିଏ ତେବେ ଆମେ କେତେ ଆସନରେ ଜିତିପାରିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

କେବଳ ଆସନ ବୁଝାମଣା ନୁହେଁ ବରଂ ଏନସିିପି ନେତା ସେହି ରିପୋର୍ଟକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି, ଯେଉଁ ରିପୋର୍ଟରେ କୁହାଯାଇଛି କି, ଏବେ ମହାରାଷ୍ଟ୍ରର ସମସ୍ତ ଶିକ୍ଷାନୁଷ୍ଠାନରେ ମନୁସୃତି ପଢାଯିବ । ଛଗନ ଭୂଜବଳ କହିଛନ୍ତି କି ରାଜ୍ୟରେ ଦଳିତମାନଙ୍କୁ ବୁଝାଇବାରେ ବହୁ ଶକ୍ତି ଖର୍ଚ୍ଚ ହୋଇଛି । ଏହି ସ୍ଥଳରେ ଏବେ ଯଦି ରାଜ୍ୟର ସ୍କୁଲଗୁଡିକରେ ମନୁସୃତି ପଢାଯାଏ ତେବେ ଆମର ସମସ୍ତ ପୂର୍ବ ପ୍ରୟାସ ପାଣିରେ ପଡିବ ।