ମହାରାଷ୍ଟ୍ରରୁ ଜବତ ହେଲା ଟଙ୍କାର ପାହାଡ଼ : ନଗଦ ୫୬ କୋଟି ଟଙ୍କା ସହ ୩୨ କେଜି ସୁନା ଜବତ

1,604

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ପାର୍ଥ ଅର୍ପିତାଙ୍କ ପରି ମହାରାଷ୍ଟ୍ରରୁ ବି ଜବତ ହେଲା ଟଙ୍କାର ପାହାଡ଼ । ଜବତ ହେଲା ନଗଦ ୫୬ କୋଟି ଟଙ୍କା । ଜଲନାରେ ରିୟଲ ଇଷ୍ଟେଟ୍ ବ୍ୟବସାୟୀଙ୍କ ଘରେ ୧୩ ଘଣ୍ଟା ଧରି ଟଙ୍କା ଗଣାଯାଇଥିଲା । ଟଙ୍କା ଗଣି ଗଣି ନୟାନ୍ତ ହେଲେ ଆୟକର ବିଭାଗ କର୍ମଚାରୀ ।

ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍ ଅଣାଯାଇଥିଲା । କେବଳ ଏତିକି ନୁହେଁ ଆଉ ଯାହା ଜବତ ହୋଇଛି, ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଇଟି ରେଡ୍ ବେଳେ ଜବତ ହୋଇଛି ବିପୁଳ ପରିମାଣ ସୁନା । କେଜିଏ କି ଦୁଇ କେଜି ନୁହେଁ, ପୂରା ୩୨ କେଜିର ସୁନା ଜବତ ହୋଇଛି । ଏହା ସହ ହୀରା ମୋତି ମଧ୍ୟ ଜବତ କରାଯାଇଛି ।