କନକ ବ୍ୟୁରୋ: ଆଜି ସକାଳୁ ମୁମ୍ବାଇ- ପୁଣେ ପୁରୁଣା ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଅକାଳରେ ଚାଲି ଯାଇଛି ୭ ଜୀବନ । ଏକ ଯାତ୍ରୀବାହୀ ବସ୍‌ ୧୫୦ ଫୁଟ ଗଭୀର ଖାଇରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

Advertisment

ଗୋରେଗାଓଁ ଅଞ୍ଚଳର ଏକ ସଂଗଠନ ସହ ଜଡିତ ପ୍ରାୟ ୩୫ ଜଣ ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ପୁଣେ ଯାଇଥିଲେ। ସେମାନେ ପୁଣେରୁ ବସ୍‌ରେ ଘରମୁହାଁ ହୋଇଥିଲେ । ମାତ୍ର ଖୋପୋଲି ଅଞ୍ଚଳ ଦେଇ ବସ୍‌ଟି ଆଜି ସକାଳେ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ୧୫୦ ଫୁଟ ତଳକୁ ଖସି ପଡ଼ିଥିଲା।