କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥ ମହାରଣା ସେବକ ମାନେ ଆଜି ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି । ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏଥିସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର ନିର୍ମାଣ ଶେଷ କରି ଚକରେ ପଇ ପିନ୍ଧା କାର୍ଯ୍ୟ ପାଇଁ ତିନି ରଥର ଦୁଇଟି ଲେଖାଏଁ ଯନ୍ତା ପଟା ପ୍ରସ୍ତୁତ ପରେ ମାପ ପ୍ରକାରେ ସେଥିରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି । କମାର ଶାକ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ଆଜି ସୁଦ୍ଧା ଛ, ଛଟି ଚକ ପାଇଁ ପନ୍ଦାରି ବଳା ନିର୍ମାଣ ସହ, ଆଠ ଆଠଟି ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି ।
ଚଳଚଞ୍ଚଳ ରଥଖଳା । ମହାପ୍ରଭୁଙ୍କ ପାଇଁ ରଥ ଗଢିବାରେ ନିମଗ୍ନ ମହାରଣା ସେବକ । ଶେଷ ହେଲାଣି ୩ ରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ କାମ ।
/kanak/media/post_attachments/wp-content/uploads/2024/05/30-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)