କନକ ବ୍ୟୁରୋ: ମହାପ୍ରସାଦର ଆକାଶଛୁଆଁ ଦର ଭକ୍ତଙ୍କୁ ଭାରି ବାଧିଛି । ଯେଉଁ ମହାପ୍ରସାଦ ୧୦୦ ଟଙ୍କାରେ ମିଳୁଥିଲା ଏବେ ତାର ଦର ପହଞ୍ଚିଛି ୩୦୦ ଟଙ୍କାରେ । ଅର୍ଥାତ ପୂର୍ବଦର ଅନୁସାରେ ମହାପ୍ରସାଦ ଦର ୩ ଗୁଣା ବଢିଛି । ଫଳରେ ଭକ୍ତମାନେ ମହାପ୍ରସାଦ ନ ପାଇ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଅନ୍ୟପକ୍ଷରେ ପୂର୍ବରୁ ଭକ୍ତଙ୍କୁ ସୁହାଇଲା ଭଳି ଦର ତାଲିକା ଆନନ୍ଦବଜାର ଓ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ତାହା ଏଯାଏଁ ଲଗାଯାଇନାହିଁ । ଯାହାକି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣରେ ରହୁଛି । ପ୍ରଶାସନ କାହିଁକି ଏହାକୁ ଗୁରୁତର ସହ ନେଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ । କୋଭିଡ କଟକଣା ପରେ ମହାପ୍ରସାଦ ଦର ୩ ଗୁଣା ବଢିଥିବାରୁ ଗରିବ ଶ୍ରେଣୀର ଭକ୍ତଙ୍କ ପାଇଁ ମହାପ୍ରସାଦ ଟିକେ ପାଇବା ଏବେ ସ୍ୱପ୍ନ ହୋଇଯାଇଛି । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/puri-jagannath-mahaprasad.jpg)