କନକ ବ୍ୟୁରୋ: ବଡଦେଉଳର ଆନନ୍ଦ ବଜାରରେ ମହାପ୍ରସାଦର ଦରକୁ ନେଇ ଅନେକ ସମୟରେ ତର୍କବିତର୍କ ଦେଖାଦେଇଛି । କିନ୍ତୁ ଏବେ ଆନନ୍ଦବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ରେଟ୍ ଚାର୍ଟ ଅନୁସାରେ, ବାଇ ହାଣ୍ଡି ଅନ୍ନ ପାଇଁ ୧୩ଶହ ରୁ ୨୫ଶହ ଟଙ୍କା ରଖାଯାଇଥିବାବେଳେ, ଦାସିଆ ହାଣ୍ଡି କାନିକା ପାଇଁ ୩ହଜାର ଟଙ୍କା ରଖାଯାଇଛି ।
ଥାଳି - ଅବଢା, ଡାଲି, ବେସର, ମହୁର, ଖଟା ଓ କାନିକା (୧୨୦ ଟଙ୍କା)
ଥାଳି - ଅବଢା, ଡାଲି, ବେସର, ମହୁର, ଶାଗ, ଖଟା, କାନିକା ଓ ଖେଚିଡି (୧୫୦ଟଙ୍କା)
ଥାଳି - ଅବଢା, ଡାଲି, ବେସର, ମହୁର, ଶାଗ, ଖଟା, ପୋଟଳ ରସା, କାବୁଲି ସୋଲା, କାନିକା, ଖେଚିଡି, ଓ କ୍ଷୀରି (୨୦୦ଟଙ୍କା) ।
ସେହିଭଳି ଡାଲି, ତରକାରୀ ଓ ଅନ୍ନର ରେଟ ଚାର୍ଟ ବି ନିର୍ଦ୍ଧାରିତ ହୋଇଛି । ବଜାର ଦରକୁ ଦେଖି ନୁହେଁ ବରଂ ଭକ୍ତଙ୍କ ଆର୍ଥିକ ସ୍ଥିତି ଓ ଭାବାବେଗକୁ ଦେଖି ମହାପ୍ରସାଦ ଦର ସ୍ଥିର କରାଯିବା ଉଚିତ ବୋଲି କହିଛନ୍ତି ଆଇନଜୀବୀ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ।
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ଆନନ୍ଦବଜାର ଶୃଙ୍ଖଳା କମିଟି ଓ ସୁଆର ମହାସୁଆର ନିଯୋଗର ମିଳିତ ଉଦ୍ୟମରେ କରାଯାଇଛି ପ୍ରାଥମିକ ସ୍ତରୀୟ ମହାପ୍ରସାଦ ଦର ତାଲିକା । ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯିବା ପରେ ହେଉଥିବା ଖର୍ଚ୍ଚକୁ ଆଧାର କରି ମହାପ୍ରସାଦ ଦର ତାଲିକା ପ୍ରସ୍ତୁତ କରାଯ।।ଇଛି । ଶ୍ରୀମନ୍ଦିର ପରିଚାଳନା କମିିଟିରେ ଆଲୋଚନା ହୋଇ ମୋହର ବାଜିବା ପରେ ମହାପ୍ରସାଦର ଚୂଡାନ୍ତ ଦର ତାଲିକା ହେବ ।
ଶ୍ରୀମନ୍ଦିର ମହାପ୍ରସାଦ ଦର ତାଲିକାକୁ ନେଇ ଅନେକ ବାର ଆନ୍ଦୋଳନ ହୋଇଥିଲା । ଭକ୍ତ ହୁଅନ୍ତୁ କି ସେବାୟତ ସମସ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଲଗାଯାଉ ବୋଲି ଦାବି ହେଉଥିଲା । ଏବେ ଅପେକ୍ଷା ଶ୍ରୀମନ୍ଦିର ପ୍ରଶାସନ କି ନିଷ୍ପତି ନେଉଛି ।