କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଅବଢ଼ା ଦର ବୃଦ୍ଧିକୁ ନେଇ ଖବର ପ୍ରସାରଣ ପରେ ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଲଗାଇବାକୁ ଯୋଜନା କରିଛି ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି କାର୍ତିକ ମାସ ପରେ ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲଗାଇବାକୁ ନିଷ୍ପତି ନେଇଛି । ଏନେଇ ସୂଚନା ଦେଇ ପୁରୀ ଜିଲ୍ଳାପାଳ କହିଛନ୍ତି, ଖୁବଶୀଘ୍ର ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯିବ । ରେଟ ଚାଟ୍ କିଭଳି ଯଥାଶୀଘ୍ର ଲାଗିବ ସେନେଇ ବ୍ୟାବସ୍ଥା କରାଯାଉଛି । ଆଗାମି ଦିନରେ ଶ୍ରଦ୍ଧାଳୁମାନେ କେମିତି ସୁଲଭ ଦରରେ ଅବଢ଼ା ପାଇବେ ସେଥିପାଇଁ ବନ୍ଦୋବସ୍ତ କରାଯାଉଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ତେବେ କେବଳ କାର୍ତିକ ମାସରେ ନୁହେଁ ବରଂ ବିଭିନ୍ନ ଯାନିଯାତ୍ରା ସମୟରେ ମହାପ୍ରସାଦର ଦର ଯଥେଷ୍ଟ ବୃଦ୍ଧି ପାଉଥିବା କଥାକୁ ସ୍ୱୀକାର କରିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । ତେବେ ଯିଏ ଚଢ଼ାଦରରେ ମହାପ୍ରସାଦ ବିକ୍ରି କରୁଛନ୍ତି, ସେମାନଙ୍କ ବିରୋଧରେ ସୁଆର ମହାସୁଆର ନିକଟରେ ଅଭିଯୋଗ କରିବାକୁ ସେ ଅପିଲ କରିଛନ୍ତି । ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଧର୍ମମାସ କାର୍ତିକରେ ହବିଷ୍ୟାନ୍ନ ଖାଇବାକୁ ବହୁ ଲୋକ ଇଛା କରିଥାନ୍ତି । ତେଣୁ ଘରେ ଓ ବିଭିନ୍ନ ମନ୍ଦିରରେ ପ୍ରସ୍ତୁତ ହୋଇଥାଏ ହବିଷାନ୍ନ । ଏକାମ୍ରକ୍ଷେତ୍ରରେ ଥିବା ଅନନ୍ତବାସୁଦେବ ମନ୍ଦିରେ ବିଭିନ୍ନ ପ୍ରକାରର ବ୍ୟଂଜନ ପ୍ରସ୍ତୁତ ହୋଇଥାଏ । ଯାହା ଖାଇବାକୁ ରାଜଧାନୀବାସୀଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳିଥାଏ । ଦର ବି ଅପେକ୍ଷାକୃତ ଭାବେ କମ୍ ଥିବାରୁ ଶ୍ରଦ୍ଧାଳୁମାନେ ଖୁସିରେ ଖୁସିରେ ଅନନ୍ତବାସୁଦେବ ମନ୍ଦିରରେ ମିଳୁଥିବା ବିଭିନ୍ନ ପ୍ରକାରର ବ୍ୟଞ୍ଜନକୁ ଖାଇଥାନ୍ତି ।
କାର୍ତିକ ମାସରେ ଶ୍ରୀମନ୍ଦିରରେ ଚଢ଼ା ଦରରେ ଅବଢ଼ା ବିକ୍ରି ନେଇ ଅଭିଯୋଗ ଆସିଥିଲା । ଦର ବଢ଼ିବା ଯୋଗୁଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅବଢ଼ା ନଖାଇ ବାଧ୍ୟ ହୋଇ ନିରାଶ ହୋଇ ଫେରି ଯାଇଥିବା ଖବର ସମସ୍ତଙ୍କୁ ଚକିତ କରିଥିଲା ।