କନକ ବ୍ୟୁରୋ: କାର୍ତ୍ତିକ ମାସରେ ଧର୍ମ ଅର୍ଜନ କରିବା ପାଇଁ ପୁରୀରେ ଭକ୍ତଙ୍କ ଭିିଡ ଲାଗୁଛି । ମହାପ୍ରଭୁଙ୍କୁ ଦର୍ଶନ କରି ମହାପ୍ରସାଦ ଖାଇବାକୁ ଭକ୍ତ ଆଗ୍ରହ ରଖୁଛନ୍ତି । ହେଲେ ଅବଢା ଦର ଭକ୍ତଙ୍କୁ ନିରାଶ କରିଛି । ଭକ୍ତଙ୍କୁ ବେଶି କଷ୍ଟ ଦେଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ଥିବା ଦଣ୍ଡିଆମାନଙ୍କ ଶୋଷଣ । ଏମାନେ ମହାପ୍ରସାଦକୁ ୫୦ ଟଙ୍କାରେ କିଣି ଭକ୍ତଙ୍କୁ ଦେଢ ଶହରୁ ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଦର ଏତେ ଅଧିକ ରହୁଛି ଯେ ଗରିବ ଭକ୍ତ ପକ୍ଷେ ଏହା କିଣିବା ସମ୍ଭବପର ହୋଇପାରୁନାହିଁ । ଦର ଆଗରେ ମୁଣ୍ଡ ନୁଆଁଇ ଏମାନେ ବିନା ମହାପ୍ରସାଦରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତିା
ଅବଢା ପୂର୍ବ ଦର ଏବେର ଦର
ବାଇହାଣ୍ଡି ଜିରା ରାଇସ ୧୨ଶହରୁ ୧୪ ଶହ ଟଙ୍କା ୧୬ ଶହରୁ ଅଧିକ ଟଙ୍କା
ବାଇହାଣ୍ଡି ୨୨ ଶହ ଟଙ୍କା ୨୫ ଶହରୁ ଅଧିକ ଟଙ୍କା
ବାଇହାଣ୍ଡି ଜିରା ରାଇସର ସେଟ୍ ୪ ହଜାର ଟଙ୍କା ୪ହଜାର ୮୦୦ରୁ ୫ହଜାର ଟଙ୍କା
ବାଇହାଣ୍ଡିରେ ୧୦ କେଜି ଚାଉଳ ରନ୍ଧା ହୁଏ । ସେହିଭଳି ଦୁଇ ଗଉଣିଆରେ ୮ କେଜି, ସମାଧିରେ ୭ରୁ ସାଢେ ୭ କେଜି, ଦାସିଆରେ ସାଢେ ୫ କେଜିରୁ ସାଢେ ୬କେଜି ଚାଉଳ ରନ୍ଧା ହୁଏ । ବାଇହାଣ୍ଡି ଜିରା ରାଇସ ଅନ୍ନ ଦର ପୂର୍ବରୁ ୧୨ଶହରୁ ୧୪ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୧୬ ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ବାସୁମତି ଚାଉଳର ବାଇହାଣ୍ଡି ପୂର୍ବରୁ ୨୨ ଶହ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ୨୫ଶହରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ବାଇହାଣ୍ଡି ଜିରା ରାଇସର ସେଟ୍ (ଅନ୍ନ, ଡ଼ାଲି, ଦୁଇଟି ତରକାରୀ)ର ଦର ସାଢେ ୪ ହଜାର ଟଙ୍କା ଥିଲା । ଏବେ ୪ହଜାର ୮ଶହରୁ ୫ହଜାର ଟଙ୍କାରେ ବିକ୍ରି କରାଯାଉଛି । ସେହିଭଳି ବାସୁମତି ଚାଉଳ ବାଇହାଣ୍ଡି ସେଟ୍ ସାଢେ ୫ହଜାରରୁ ୬ହଜାର ଟଙ୍କାରେ ବିକ୍ରି ହେଉଛି ।
୨୦୧୮ରେ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ । ଯେଉଁଥିରେ ଆନନ୍ଦବଜାର ଶୃଙ୍ଖଳା ପ୍ରମୁଖ ପ୍ରସଙ୍ଗ ରହିଥିଲା । ଏହାକୁ ୫ ବର୍ଷ ବିତିଗଲା, କିନ୍ତୁ ଆନନ୍ଦବଜାରରେ ଆଜି ପର୍ଯ୍ୟନ୍ତ ଦର ତାଲିକା ଲାଗି ପାରିଲାନି । ଯାହାର ଫାଇଦା ନେଇ ଦଲାଲମାନେ ପଶି ଭକ୍ତଙ୍କୁ ଶୋଷଣ କରିବା ଆରମ୍ଭ କରିଥିବା ଅଭିଯୋଗ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/abahadddd.jpg)