ମହାପ୍ରଭଙ୍କ ଅଧରପଣା ନୀତି : ଚଣ୍ଡିଚାମୁଣ୍ଡା, ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ପଣା ଉତ୍ସର୍ଗ

50

କନକ ବ୍ୟୁରୋ: ମହାପ୍ରଭୁଙ୍କ ଅଧରପଣା ନୀତି ଶେଷ ହୋଇଛି । ରଥ ଉପରେ ଚଣ୍ଡିଚାମୁଣ୍ଡା, ପାଶ୍ୱର୍ଦେବତାଙ୍କ ଉଦ୍ଦେଶ୍ୟରେ ଏହାକୁ ଉତ୍ସର୍ଗ କରାଯାଇଛି । ଅଶରୀମାନଙ୍କ ତୃପ୍ତି ପାଇଁ ରଥାରୁଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ସୋମବାର ଆଷାଢ଼ ଶୁକ୍ଳ ଦ୍ବାଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କଠାରେ ଏହି ପଣା ଲାଗି ହେବାପରେ ରଥ ଉପରେ ଅଧରପଣା ହାଣ୍ଡିକୁ ଭାଙ୍ଗି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ତିନି ଠାକୁରଙ୍କଠାରେ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହୋଇଛି ।